ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

ବରଗଡ଼(କେନ୍ୟୁଜ୍): ବଦଳିଲା ବଳି ପ୍ରଥା। ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର। କାଳୀପୂଜାରେ ବରଗଡ଼ ଜିଲ୍ଲା ପଦ୍ମପୁର ସର୍ଗିବାହାଳରେ ଏଭଳି ଢଙ୍ଗରେ ମାଆଙ୍କ ଆରାଧନା କରିଛନ୍ତି ଭକ୍ତ। ଦୀର୍ଘ ବର୍ଷ ହେବ ଏଠାରେ ମାଆଙ୍କୁ ପଶୁ ବଳି ବଦଳରେ ଅର୍ପଣ କରାଯାଉଛି ଜୁଗାର। ଖଇ ଓ ଗୁଡ଼ରେ ଏହାକୁ ତିଆରି କରାଯାଇଥାଏ। ସର୍ଗିବାହାଳର ଜୁଗାର ଯାତ୍ରାର ରହିଛି ସ୍ୱତନ୍ତ୍ର ପରିଚୟ। ବିଭିନ୍ନ ସମ୍ପ୍ରଦାୟର ଲୋକ ନିଜକୁ ମାନସିକ ଜୁଗାର ଯାତ୍ରାରେ ସାମିଲ ହୋଇ ଥାଆନ୍ତି। ବିଭିନ୍ନ ପ୍ରକାର ନୃତ୍ୟବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ବାହାରି ଏହି ଜୁଗାରଗୁଡ଼ିକୁ ମାଆ କାଳୀଙ୍କୁ ଅର୍ପଣ କରିଥାଆନ୍ତି ମାନସିକଧାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.