ଜୁନାଗଡ଼ ଜରିଂ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଭିଡିଓ ଭାଇରାଲ ଘଟଣାରେ ୪ ଅଟକ
କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜୁନାଗଡ଼ ଥାନା ଜରିଂ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ ଘଟଣାରେ ୪ ଅଟକ । ଗତକାଲି ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ଆଉ ତିନି ଜଣଙ୍କୁ ଅଟକ ରଖାଯାଇଛି । କଳାହାଣ୍ଡି ଏସ୍ପିଙ୍କ ନେତୃତ୍ୱରେ ପୋଲିସ ଘଟଣାର ତଦନ୍ତ କରୁଛି । ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଯୁବତୀ ଜଣଙ୍କ ଭବାନୀପାଟଣାରୁ ଜଣଙ୍କ ସହ ନିଜ ଘରକୁ ଫେରୁଥିବା ବେଳେ ଜାରିଂ ଜଙ୍ଗଲ ଭିତରେ କିଛି ଯୁବକ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେପଟେ ଏହି ଘଟଣାର ଅନୁଧ୍ୟାନ ପାଇଁ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାସ୍ଥଳକୁ ଯିବେ ।