ଜୁନ୍‌-ଜୁଲାଇ ମାସ ପାଇଁ ଡ୍ୟାସବୋର୍ଡ ରିପୋର୍ଟ ପ୍ରସ୍ତୁତ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଭିତରେ ଓଡ଼ିଶା ବଲାଙ୍ଗିରର ଉଲ୍ଲେଖନୀୟ ପ୍ରଦର୍ଶନ

କେନ୍ୟୁଜ୍: ଜୁନ୍‌-ଜୁଲାଇ ମାସ ପାଇଁ ଡ୍ୟାସବୋର୍ଡ ରିପୋର୍ଟ ପ୍ରସ୍ତୁତ କରିଛି ନୀତି ଆୟୋଗ। ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଭିତରେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ମୌଳିକ ଭିତ୍ତିଭୂମି ମାନଦଣ୍ଡରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସାମଗ୍ରିକ ଭାବରେ ୧୧୫ ଆକାଂକ୍ଷୀ ଜିଲ୍ଲା ଭିତରେ ବଲାଙ୍ଗିରର ସ୍ଥାନ ରହିଛି ଦ୍ୱିତୀୟ। ସେହିପରି ଟପ୍‌ ଟେନ୍‌ ତାଲିକାରେ ରହିଛି ବଲାଙ୍ଗିର ସମେତ ଓଡ଼ିଶାର ଆଉ ୩ଟି ଜିଲ୍ଲା। ପାଞ୍ଚ ନମ୍ବରରେ ଗଜପତି, ନବମ ସ୍ଥାନରେ କନ୍ଧମାଳ ଓ ଦଶମ ସ୍ଥାନରେ ରହିଛି ରାୟଗଡ଼ା ଜିଲ୍ଲା। ଆକାଂକ୍ଷୀ ଜିଲ୍ଲାର ପ୍ରଦର୍ଶନକୁ ପ୍ରତିଫଳିତ କରୁଥିବା ଡ୍ୟାସବୋର୍ଡରୁ ଜଣାପଡ଼ିଛି, ଚଳିତବର୍ଷ ଜୁନ୍‌-ଜୁଲାଇରେ ନୂଆପଡ଼ା ୧୨ତମ ସ୍ଥାନରେ ରହିଥିବା ବେଳେ ଢେଙ୍କାନାଳ ୧୩, ନବରଙ୍ଗପୁର ୨୮, କଳାହାଣ୍ଡି ୩୨, ମାଲକାନଗିରି ୭୭ ଓ କୋରାପୁଟ ଜିଲ୍ଲା ରହିଛି ୮୬ତମ ସ୍ଥାନରେ। ସ୍ୱାସ୍ଥ୍ୟ ଓ ପୃଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ କୌଶଳ ବିକାଶ ଏବଂ ମୌଳିକ ସୁବିଧା ଆଦି ମାନଦଣ୍ଡକୁ ବିଚାରକୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ଅନୁଧ୍ୟାନ କରାଯାଉଛି।