ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ, ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ । ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବିଇଓ ଅଫିସ୍ ଜୁନିଅର ଆସିଷ୍ଟାଣ୍ଟ । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁଙ୍କୁ ଧରିଲା ଭିଜିଲାନ୍ସ । ବିଲ୍ ରିଲିଜ୍ କରିବା ପାଇଁ ନେଉଥିଲେ ଲାଞ୍ଚ । ଲାଞ୍ଚ ଟଙ୍କା ଜବତ କରି ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ସୂଚନା ଅନୁସାରେ ପଲ୍ଲା କୋଣାର୍କ ନଗରର ବିଜୟିନୀ ତ୍ରିପାଠୀ ନାମକ ଜଣେ ଶିକ୍ଷୟିତ୍ରୀ ୨୦୧୮ ମସିହାରୁ ଅବସର ନେଇଛନ୍ତି । ତାଙ୍କର ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ କରାଇବା ଲାଗି ପ୍ରଦୀପ୍ତ ସାହୁ ଲାଞ୍ଚ ମାଗିଥିଲେ । ସର୍ତ୍ତ ମୁତାବକ, ସେ ୬ ହଜାର ଟଙ୍କା ପାଇବାର ଥିଲା ।  ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ପ୍ରଦୀପ୍ତ ସାହୁଙ୍କୁ ଧରିବାକୁ ଯୋଜନା କରାଯାଇଥିଲା ।  ଗତକାଲି ରାତିରେ ସେ ଟଙ୍କା ପାଇବାର ଥିଲା ।  ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିବା ସହ ରାସାୟନିକ ପ୍ରଲେପଯୁକ୍ତ ୬ ହଜାର ଟଙ୍କା ଜବତ କରାଯାଇଛି ।

You might also like