ଭିଜିଲାନ୍ସ ଜାଲରେ ଫୁଲବାଣୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ର କନିଷ୍ଠ କିରାଣୀ, ପେନସନ ଏରିଅର କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ
ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସର ଚଢାଉ । ସୂଚନା ଅନୁଯାୟୀ, ରାଇକିଆର ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଏରିଅର କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ କିରାଣୀ। କର୍ମଚାରୀ ଏନେଇ ଭିଜିଲାନ୍ସକୁ ଜଣାଇବା ପରେ ବୌଦ୍ଧ ଭିଜିଲାନ୍ସ ଓ ଫୁଲବାଣୀ ଭିଜିଲାନ୍ସ ମିଳିତ ଭାବେ ଚଢାଉ କରି ୩୫ ହଜାର ଟଙ୍କା ଜବତ କରିଥିବା ଫୁଲବାଣୀ ଭିଜିଲାନ୍ସ ଡିଏସପି ଆର୍କେ ସୁନା କହିଛନ୍ତି ।