ଏସସିବିରେ ଦୁଷ୍କର୍ମ ଘଟଣା ; ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା ଓ ବୟାନ ରେକର୍ଡ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ : ଏସସିବିରେ ମେଡ଼ିକାଲ କଲେଜରେ ଲଜ୍ୟା । ଏସସିବିରେ ଡାକ୍ତରଙ୍କ ଦ୍ବାରା, ଦୁଇ ଜଣ ରୋଗୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ । ଦୁଇ ଜଣ ମହିଳା ଆଣିଛନ୍ତି ଅଭିଯୋଗ । କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ନାଁରେ ଅଭିଯୋଗ ହୋଇଛି । ଦୁଇ ଅଭିଯୋଗକାରିଣୀ, ଜଣେ ଡାକ୍ତରୀ ଛାତ୍ରଙ୍କ ମାଆ ଓ ମାଇଁ । ଅଭିଯୋଗ ମୁତାବକ, ଡାକ୍ତରୀ ଛାତ୍ରଙ୍କ ମାଆ ଓ ମାଇଁ ECO ପରୀକ୍ଷା ପାଇଁ ଆସିଥଲେ ।

ଏ ସମୟରେ କାର୍ଡିଓଲୋଜି ବିଭାଗର ଡାକ୍ତର ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ୍ ଥାନାରେ ଅଭିଯୋଗ ହୋଇଛି । ଗତ ୧୧ ତାରିଖ ଦିନ ଏହି ଅଭିଯୋଗ ହୋଇଥିଲା । ସେପଟେ ଅଭିଯୁକ୍ତ ଡାକ୍ତରଙ୍କୁ ଅନ୍ୟ ଡାକ୍ତରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଡାକ୍ତର ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଉଭୟ ପକ୍ଷ ପରସ୍ପର ବିରୋଧରେ ଏଫଆଇର କରିଛନ୍ତି ।

ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ପୋଲିସ । କିଛି ସାକ୍ଷ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା ଓ ମାଜିଷ୍ଟ୍ରେଟ୍ ଙ୍କ ଆଗରେ ବୟାନ ରେକର୍ଡ ପରେ, ତାକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.