ଅଡୁଆରେ ରସିକିଆ ଜେଇ: ଚତୁର୍ଥ ପତ୍ନୀଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ

୪ ଜଣଙ୍କୁ ବିବାହକରି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗିରଫ। ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ରାୟଗଡା ପୋଲିସ। ଗୋପୀନାଥ କିଷାନ ଗୋଟିଏ କି ଦୁଇଟି ନୁହେଁ ଏକା ଥରେ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ ।

ରାୟଗଡ଼ (କେନ୍ୟୁଜ): ବନ୍ଧା ହେଲେ ରସିକିଆ ଜେଇ। ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ରାୟଗଡା ପୋଲିସ। ଗୋପୀନାଥ କିଷାନ ଗୋଟିଏ କି ଦୁଇଟି ନୁହେଁ ଏକା ଥରେ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ଚତୁର୍ଥ ପତ୍ନୀ ସୁନୀତା କିସାନ। ଜଣେ ସ୍ତ୍ରୀ ଥିବା ସତ୍ତ୍ୱେ କିଷାନ ଆଉ ତିନି ଜଣଙ୍କୁ ବିବାହ କରିଛନ୍ତି ବୋଲି ସେ କହିଛନ୍ତି । ଏପରିକି ସେ ବିଭିନ୍ନ ସମୟରେ ସୁନୀତାଙ୍କୁ ସେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଛି ।

ମାଟ୍ରିମୋନିଆଲ ସାଇଡରୁ ଉଭୟଙ୍କ ସମ୍ପର୍କ ଗଢି ଉଠିଥିବା ବେଳେ ପରିବାର ଲୋକଙ୍କ ସମତିରେ ବିବାହ ହୋଇଥିଲା । ହେଲେ ୫ମାସ ପରେ ସମ୍ପର୍କରେ ଆସିଥିଲା ତିକ୍ତତା । ସୁନୀତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ବେଳେ ସୁନୀତା ତାଙ୍କର ଚତୁର୍ଥ ସ୍ତ୍ରୀ ବୋଲି ଜାଣି ପାରିଥିଲେ। ପରେ ଘଟଣା ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ସୁନୀତା । ସମସ୍ତ ପ୍ରମାଣକୁ ଭିତ୍ତି କରି ପୋଲିସ୍‌ ତାଂକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.