ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜେଇ, ବିଲ୍ କରାଇବାକୁ ୧୯ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ଜେଇ । ଭିଜିଲାନ୍ସ ଜାଲରେ ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହନାଥ ପ୍ରଧାନ । ୧୯ ହଜାର ୨ ଶହ ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ନୟାଗଡ଼ ଭିଜିଲାନ୍ସ । ଖଙ୍ଗୁରିଆ ପଞ୍ଚାୟତ ଗବଡି ଗାଁର ଏକ ସାସଂଦ ପାଣ୍ଠି କୋଠଘର କାମ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ଜେଇ । ଖବର ପାଇ ନୟାଗଡ଼ ଭିଜିଲାନ୍ସ ଟିମ୍ ପହଞ୍ଚି ଜେଇଙ୍କୁ ଗିରଫ କରିଛି । ଗିରଫ ପରେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଚଢଉ କରି ପ୍ରାୟ ୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ଭିଜିଲାନ୍ସ ।
ସେହିପରି ଗତକାଲି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ କରିଥିଲା । ଜଣେ ହିତାଧିକାରୀଙ୍କ ଠାରୁ ଟଙ୍କା ନେଇ ଆସୁଥିବା ବେଳେ ଚତୁରତାର ସହିତ ଗିରଫ କରିଛି ଭିଜିଲାନ୍ସ କର୍ମଚାରୀ । ତାଙ୍କୁ ଗିରଫ କରିବା ପୂର୍ବରୁ ସେ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଛନ୍ତି ୩ ଜଣ ଭିଜିଲାନ୍ସ କର୍ମଚାରୀ । ତାଙ୍କ ନିକଟରୁ ପ୍ରାୟ ଏକ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ୍ କରାଯାଇଥିଲା ।