ଜୟପୁର : ଭିଜିଲାନ୍ସ ଜାଲରେ ପଞ୍ଚାୟତ ରାଜ ବିଭାଗର କନିଷ୍ଠ ଯନ୍ତ୍ରୀ । କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଧରିଲା ଭିଜିଲାନ୍ସ । ଭାନୁମତୀ ଟୁଡୁ ଶୁକ୍ରବାର ଜଣେ ଚାଷୀଙ୍କୁ ଗାଈ ଗୁହାଳ ଯୋଗାଣ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ବର୍ତ୍ତମାନ ତାଙ୍କ କାର୍ଯ୍ୟଳୟରେ ଚଢାଉ ଜାରି ରହିଛି ।
ସୂଚନା ଅନୁସାରେ କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ଘୁମର, ଆସନା, ଫୁଲଭଟ୍ଟା,ମସିଗାଁ ଏବଂ ଦିଗାପୁର ପଞ୍ଚାୟତ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଏକ ଗୁହାଳ ଗୃହ ବିଲ୍ ପାସ୍ କରାଇବା ନେଇ ଜଣେ ଠିକାଦାରଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍। ଦୁର୍ନୀତିରେ ଲିପ୍ତ ରହିଥିବା ସହକାରୀ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିବାବେଳେ ଲୁଚି ରହିଥିବା ୫ ଜଣିଆ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ଗତ କିଛିଦିନ ହେବ ସହକାରୀ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ରହିଥିବା ବେଳେ ଜୟପୁର ଭିଜିଲାନ୍ସ ଏହାକୁ ନେଇ ଏକ ଟିମ୍ ଗଠନ କରି ଶୁକ୍ରବାର ପୂର୍ବାହ୍ନରେ କୁନ୍ଦୁରା ବ୍ଲକଠାରେ ରହିଥିବା ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଟଙ୍କା ସହ ଧରିଛି।