ଏବେ ଭିଡ ଭିତରକୁ ଯାଇ କିଣିବାର ନାହିଁ ଆବଶ୍ୟକତା, ମାତ୍ର ଗୋଟିଏ କ୍ଲିକରେ ପାଆନ୍ତୁ ତଟକା ପନିପରିବା

ଏବେ ଯୁଗ ଟେକ୍ନୋଲୋଜିର ଦୁନିଆ ହେଲାଣି। ଏବେ ସବୁ କିଛି ଡିଜିଟାଲ ମାଧ୍ୟମରେ ହିଁ ମିଳିଯାଉଛି। ଆଉ ବାହାରକୁ ଯିବାକୁ ପଡୁନାହିଁ, ଯାହା ଇଚ୍ଛା ହେବ ହାତ ପାଖରେ ସବୁ କିଛି ମିଳିଯିବ। ଏବେ ଆଉ କିଛି ଖାଇବାକୁ ଇଚ୍ଛା ହେଲେ ଫୋନ ଜରିଆରେ ଅର୍ଡର କରିଦେଲେ ମାତ୍ର କେଇ ମିନିଟରେ ଅର୍ଡର ଖାଦ୍ୟ ଆସି ଘରେ ପହଁଚିଯାଉଛି। କିନ୍ତୁ ଏବେ ଆଉ ଆପଣଙ୍କୁ ପରିବା ହାଟକୁ ଯିବାକୁ ପଡିବନାହିଁ କି ଜନଗହଳୀ ଭିତରେ ପଶିବାକୁ ପଡିବନାହିଁ। କାହିଁକିନା ଏବେ ସ୍ମାର୍ଟ ଯୁଗରେ ସ୍ମାର୍ଟ କାମ ଅନଲାଇନରେ ଉପଲବ୍ଧ ତଟକା ପନିପରିବା ।

vegetablesଆଉ ହାଟ ବଜାରକୁ ନଯାଇ ଘରେ ଥାଇ ଅଡ଼ର କରିପାରିବେ ସବୁଜ ପରିବା । ରାଜଧାନୀବାସଙ୍କୁ ତଟକା ପରିବା ଯୋଗାଇବା ପାଇଁ ଆରମ୍ଭ ହୋଇଛି pannipariba.com । ଏବେ ରାଜଧାନୀବାସୀ ଗୋଟିଏ କ୍ଲିକରେ ପାଇପାରିବେ ଗଛରୁ ତୋଳା ଯାଇଥିବା ତଟକା ସବୁଜ ପନିପରିବା । ଘରେ ଘରେ ତାଜା ପରିବା ପହଞ୍ଚାଉଛି ଏହି ପୋର୍ଟାଲ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଡ଼ର ଦେବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ପାଖରେ ପହଞ୍ଚିଯିବ ପରିବା । ରାଜଧାନୀବାସୀଙ୍କୁ କୋଲ୍ଡ ଷ୍ଟୋରେଜର ନୁହେଁ ତାଜା ପନିପରିବା ମିଳିପାରିବ ।
କେବଳ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ସୁବିଧା । ଭବିଷ୍ୟତରେ ଓଡ଼ିଶା ସହ ଆଉ ୫୬ଟି ସହରରେ ଏହି ପୋର୍ଟାଲ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି ।

paribaଜାଣନ୍ତୁ କେମିତି କିଣିବେ ପରିବା

  • ତେବେ ଏହି ପୋର୍ଟାଲରୁ ପରିବା କିଣିବା ପାଇଁ ଗ୍ରାହକ ପ୍ରଥମେ ନିଜ ନାମ ପଞ୍ଜିକରଣ କରିବେ ।
  • ଅତି କମରେ ୨୦୦ ଟଙ୍କାର ପରିବା କିଣିଲେ ବିନା ସିପିଂ ଚାର୍ଜରେ ହୋମ ଡେଲିଭରି ହେବ ପରିବା ।
  • ୨୦୦ ଟଙ୍କାରୁ କମ ମୂଲ୍ୟର ପରିବାର କିଣିଲେ ୩୦ ଟଙ୍କା ସିପିଂ ଚାର୍ଜ ଦେବାକୁ ପଡ଼ିବ ।
  • ପୋର୍ଟାଲ ପକ୍ଷରୁ ଘରେ ପରିବା ପହଞ୍ଚିବା ପରେ ହିଁ ନିଆଯିବ ଟଙ୍କା ।
  • ଗ୍ରାହକ ଚାହିଁଲେ ଅଗ୍ରୀମ ଟଙ୍କା ଦେଇ ମଧ୍ୟ ପରିବା କିଣିପାରିବେ।