ଓଡିଶା ହାଇକୋର୍ଟର ବିଚାରପତି ଭାବେ ନେବେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ : ଆସନ୍ତା ୧୨ ତାରିଖରେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ଓଡିଶା ହାଇକୋର୍ଟର ବିଚାରପତି ଭାବେ ନେବେ ଶପଥ । ସକାଳ ୧୦ଟାରେ ହାଇକୋର୍ଟ ପରିସରରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ ଜଷ୍ଟିସ ଶ୍ରୀପଦ । ଜଷ୍ଟିସ ଶ୍ରୀପଦଙ୍କର କର୍ଣ୍ଣାଟକ ହାଇକୋର୍ଟରୁ ଓଡିଶା ହାଇକୋର୍ଟ ବଦଳି ହୋଇଛି ।
ଜଷ୍ଟିସ ଶ୍ରୀପଦ ଜୁଲାଇ ୨୦,୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।
Also read: ଜଷ୍ଟିସ ଅରବିନ୍ଦ ସିହ୍ନାଙ୍କ ବଦଳି ପାଇଁ ସୁପାରିସ, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି