ରାଜ୍ୟ

ନବ ଦାସଙ୍କୁ ହତ୍ୟା ଘଟଣାତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ: ବିଜେପି ପୁଣି ସିବିଆଇ ତଦନ୍ତ ପାଇଁ ଦାବି ଦୋହରାଇଲା

ଭୁବନେଶ୍ବର(କେନ୍ୟୁଜ୍): ନବ ଦାସଙ୍କୁ ହତ୍ୟା ଘଟଣା,ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ଏହି ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏହି ଘଟଣା ଓଡିଶା ପ୍ରଦେଶର ଶାସନ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ରାଜ୍ୟବାସୀ ସଙ୍ଗିନ ଅବସ୍ଥାରେ ଅଛନ୍ତି।ସେମାନେ ଅସୁରକ୍ଷିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଏଭଳି ଦୁର୍ଭାଗ୍ୟ ଜନକ ସ୍ଥିତି ପାଇଁ ସିବିଆଇ ତଦନ୍ତ ହେଉ ବୋଲି ବିଜେପି ପ୍ରଥମରୁ ଦାବି କରି ଆସୁଛି। ରାଜ୍ୟ ସରକାର ନିଜକୁ କ୍ଲିନ ଚିଟ ଦେବାରେ ବ୍ୟସ୍ତ ଅଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କିଏ ଅଛି ତାକୁ ଖୋଜିବାରେ ରାଜ୍ୟ ସରକାର ତତ୍ପରତା ଦେଖାଉ ନାହାନ୍ତି।

ପ୍ରଥମେ କହିଲେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାର ପତି ତତ୍ୱବାଧାନରେ ଏହି ତଦନ୍ତ ହେବ । ଆଜି ପୁଣି ଏକ ଘୋଷଣା କଲେ ଅଵସର ପ୍ରାପ୍ତ ଜଷ୍ଟିସ ଜେପି ଦାସ ଏହି ଘଟଣା ର ତଦନ୍ତ କରିବେ। ପୁର୍ବରୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ କୁନ୍ଦୁଲି ଘଟଣା। ଯାହାର କୌଣସି ନିଷ୍କର୍ଷ ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ। ବିଜେପି ସବୁବେଳେ ଚାହିଁଛି ସିବିଆଇ ତଦନ୍ତ ହେଉ। କିନ୍ତୁ ଆଜିର ନିର୍ଦେଶନମା ପରେ ଏହା ସ୍ପଷ୍ଟ ହୋଇଛି କି ରାଜ୍ୟ ସରକାର ଏହି ଘଟଣାକୁ ରଫାଦଫା କରିଦେବାକୁ ଚାହୁଁଛନ୍ତି । ଯଦି ଶାସକ ଦଳର ଏଥିରେ କୌଣସି ସମ୍ପୃକ୍ତି ନାହିଁ ଏହି ଘଟଣାକୁ ସିବିଆଇକୁ ପ୍ରଦାନ କରୁ ବୋଲି ବିଜେପି ଦାବି କରିଛି ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

16 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

38 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

45 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

59 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago