ଜଷ୍ଟିସ ବିଶ୍ବନାଥ ରଥ ହେଲେ ଓଡ଼ିଶା ଆଇନ କମିଶନର ଅଧ୍ୟକ୍ଷ

କଟକ : ରାଜ୍ୟର ନୂଆ ଆଇନ କମିଶନ ଗଠନ ।  ନବଗଠିତ ଲ କମିସନର ଅଧ୍ୟକ୍ଷ ରହିଛନ୍ତି  ଜଷ୍ଟିସ  ବିଶ୍ବନାଥ ରଥ ।  ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ଓଡ଼ିଶା ଆଇନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ରାଜ୍ୟ ଆଇନ ବିଭାଗ ।

ଏଥିରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି ।  ସେହିପରି ବରିଷ୍ଟ ଆଇନଜୀବୀ ସୂର୍ଯ୍ୟଚନ୍ଦ୍ର ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ର ମଧ୍ୟ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି।  ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।