ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ, ନା ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍‌

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶଓ୍ଵନ୍ତ ସିଂ । ତାଙ୍କ ନାଁକୁ ସୁପାରିଶ କରିଛି ସୁପ୍ରିମକୋର୍ଟ କଲେଜିୟମ୍‌ । ଗତ ୨୮ ତାରିଖରେ ତାଙ୍କ ନାଁ ସୁପାରିଶ ହୋଇଛି । ମୁଖ୍ୟ ବିଚରପତି ଜଷ୍ଟିସ ଏସ୍‌. ମୂଲରୀଧରଙ୍କୁ ମାଡ୍ରାସ ହାଇକୋର୍ଟଙ୍କୁ ବଦଳି ପରେ ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ଯଶଓ୍ଵନ୍ତ ସିଂଙ୍କ ନାଁ ସୁପାରିଶ କରିଛନ୍ତି ।

ଏବେ ସେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି । ୨୦୨୧ ଅକ୍ଟୋବର ୮ ତାରିଖରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ହରିୟାଣର ରୋହତକରେ ଜନ୍ମଗ୍ରହଣ କରିଥିବା ଯଶଓ୍ଵନ୍ତ ସିଂ ୧୯୮୬ ମସିହାରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିରାଚପତି ଭାବରେ ତାଙ୍କୁ ମିଳିଥିଲା ନିଯୁକ୍ତି ।

ସେହିପରି ଆଉ ୩ ହାଇକୋର୍ଟ ବିଚାରପତିଙ୍କର ମଧ୍ୟ ଟ୍ରାନ୍ସଫର କରାଯାଇଛି । ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟରୁ ଝାଡ଼ଖଣ୍ଡ ହାଇକୋର୍ଟକୁ, ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କୁ କେରଳ ହାଇକୋର୍ଟରୁ ବମ୍ବେ ହାଇକୋର୍ଟକୁ, ଜଷ୍ଟି ଅପରେଶ କୁମାର ସିଂହଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ତ୍ରିପୁରା ହାଇକୋର୍ଟକୁ ବଦଳି କରାଯାଇଛି ।

ଗତ ୨୦୦୭ ମସିହା ଡିସେମ୍ବର ୫ରେ ଜଷ୍ଟିସ ଯଶୱନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଜ ଭାବେ ନିଯୁକ୍ତି ପାଇଥିଲେ । ପରେ ଗତ ୨୦୨୧ ଅକ୍ଟୋବର ୮ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେ ୧୯୮୬ରେ ଆଇନଜୀବୀ କ୍ୟାରିୟର ଆରମ୍ଭ କରିଥିବା ବେଳେ ରୋହତକର ମହାରିଶି ଦୟାନନ୍ଦ ୟୁନିଭରସିଟିରୁ ଆଇନ ଶିକ୍ଷାଲାଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.