ଯାଜପୁର : ଲୁଟର ଶିକାର ହେଲେ ସୁନା ଦୋକାନୀ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଛଡାଇ ନେଲେ ଲୁଟେରା

ଯାଜପୁର ଟାଉନ : ସୁନା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଅଳଙ୍କାର ଲୁଟ । ଏଭଳି ଘଟଣା ଘଟିଛି ଯାଜପୁର ଧର୍ମଶାଳା ଥାନା ବ୍ରହ୍ମବରଦାର ପହିମୋଡ଼ ଟୋଲଗେଟ ନିକଟରେ । ସ୍ଥାନୀୟ ଜଗନ୍ନାଥ ଜୁଏଲାରୀର ମାଳିକ ମହେଶ୍ଵର ସାହୁ ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ସ୍କୁଟିରେ ବନ୍ଧଢିହ ସ୍ଥିତ ଘରକୁ ଯାଉଥିଲେ । ରାତି ପ୍ରାୟ ଆଠଟା ସମୟରେ ଏକ ପଲସର ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ରୁପା ଅଳଙ୍କାର ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ସ୍କୁଟିକୁ ନେଇ ଫେରାର ହୋଇ ଯାଇଛନ୍ତି ।
ଲୁଟେରାଙ୍କ ଆକ୍ରମଣରେ ମହେଶ୍ଵର ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମବରଦାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।