ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ଭୁବନେଶ୍ୱର(କେନ୍ୟୁଜ୍) : ଓଡ଼ିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା କେସିଆର ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ । ନବୀନଙ୍କ ସହ ଆଲୋଚନା କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ସେହିପରି ସୋମବାର କୋଣାର୍କ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି । ଲାଗାତାର ଦ୍ୱିତୀୟ ଥର ତେଲେଙ୍ଗାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କେସିଆର ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଗ୍ରସ୍ତ କରିବେ । ଆସନ୍ତାକାଲି ସଂଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବାର କାର‌୍ୟ୍ୟକ୍ରମ ରହିଛି । ସେହିପରି ନବୀନ ନିବାସରେ ରାତ୍ରଯାପନ କରିବେ କେସିଆର । ସୋମବାର କୋଣାର୍କ ଓ ପୁରୀ ଯିବେ । ଏହା ପରେ ଭୁବନେଶ୍ୱର ଫେରି ମଧ୍ୟାହ୍ନ ଭୋଜନ କରିବା ପରେ ପଶ୍ଚିମବଙ୍ଗ ଯିବାର କାର‌୍ୟ୍ୟକ୍ରମ ରହିଛି ।