କେ ନ୍ୟୁଜ୍‌ ପକ୍ଷରୁ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦେବାର କଳା ହେଉଛି ଆର୍ଟ ଅଫ୍‌ ଗିଭିଂ । ଗତକାଲି ସାରା ବିଶ୍ୱରେ ପାଳନ କରାଯାଇଛି ଆର୍ଟ ଅଫ୍‌ ଗିଭିଂ ଦିବସ । ଏହି ଦିବସ ପାଳନ କରିବାରୁ ବାଦ୍‌ ପଡ଼ି ନାହିଁ କେ ନ୍ୟୁଜ୍‌ ଓଡ଼ିଶା । କେ ନ୍ୟୁଜ୍‌ ଓଡ଼ିଶାର କର୍ମଚାରୀମାନେ ଗତକାଲି ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ସ୍କୁଲର ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାତା, କଲମ ଏବଂ ପେନସିଲ ସହ ଫଳ ବଣ୍ଟନ କରିଥିଲେ । ଉପସ୍ଥିତ ଥିବା ପ୍ରାୟ ୪୫ ଜଣ ପିଲାଙ୍କ ସହିତ ବେଶ୍‌ କିଛି ସମୟ କଟାଇଥିଲେ ।  ଏଥିରେ ସ୍କୁଲର କର୍ମଚାରୀ ଏବଂ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

RAJBHABAN ART OF GIVING-2

ସେହିପରି ସନ୍ଧ୍ୟାରେ ୟୁନିଟ୍‌-୨ ସ୍ଥିତ ଏକ କୋଚିଂ ସେଣ୍ଟରରେ ମଧ୍ୟ ଛାତ୍ର ଛାତ୍ରୀମାନଙ୍କୁ କେ ନ୍ୟୁଜ୍‌ ଟିମ୍‌ ତରଫରୁ ଖାତା ଓ ପେନ୍‌ ଆଦି ବଣ୍ଟନ କରାଯାଇଥିଲା । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ୍‌ ଗିଭିଂ ଦିବସ ଚଳିତ ଥର ଷଷ୍ଠ ବର୍ଷରେ ପଦାର୍ପଣ କରିଛି ।

COACHING CENTRE ART OF GIVING-FINAL

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.