ଆଜି ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ଓ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା କୁନିକଥାର ସପ୍ତମ ସ୍ୱନକ୍ଷତ୍ର ଉତ୍ସବ

kadambiniଭୁବନେଶ୍ବର:ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ଓ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା କୁନିକଥାର ସପ୍ତମ ସ୍ୱନକ୍ଷତ୍ର ଉତ୍ସବ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଚଳିତବର୍ଷ ପାଇଁ କାଦମ୍ବିନୀ ସମ୍ମାନ ପାଇବେ ବିଶିଷ୍ଟ ସମାଜସେବୀ ସୁମନୀ ଝୋଡ଼ିଆ। ସେହିପରି କାଦମ୍ବିନୀ ଗଳ୍ପ ସମ୍ମାନ ପାଇବେ ଆଦିତେଶ୍ୱର ମିଶ୍ର। ରକ୍ଷକ ନାୟକଙ୍କୁ କାଦମ୍ବିନୀ କବିତା ସମ୍ମାନ ଓ ବିନୋଦିନୀ ପାତ୍ରଙ୍କୁ କାଦମ୍ବିନୀ ଅନୁବାଦ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ସୌମ୍ୟା ମହାପାତ୍ର, ଶାନ୍ତନୁ ନାୟକ, ଅପର୍ଣ୍ଣା ତ୍ରିପାଠୀଙ୍କୁ କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର ପ୍ରଦାନ କରାଯିବ। କାଦମ୍ବିନୀ ପ୍ରଚ୍ଛଦ ଶିଳ୍ପୀ ପୁରସ୍କାର ପାଇବେ ସୁଶ୍ରୀ ଶିବାନୀ ସଙ୍ଗୀତା। ଗୀତାରାଣୀ ବାରିକଙ୍କୁ କାଦମ୍ବିନୀ ଆମ ରୋଷେଇ ବର୍ଣ୍ଣିକା ପଟ୍ଟନାୟକ ସ୍ମୃତି ପୁରସ୍କାର ଓ ପ୍ରତାପ ନାୟକଙ୍କୁ କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। କୁନିକଥା ପ୍ରିୟ ଲେଖକ ସମ୍ମାନ ପାଇବେ ରମେଶ ପତ୍ରୀ। ସୁଶ୍ରୀ ଓଁ ଶାଙ୍କରୀ ମିଶ୍ରଙ୍କୁ କୁନିକଥା କୁନି-ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.