କିସ୍‌ ଶ୍ରୀବାଣୀ କ୍ଷେତ୍ରରେ କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ: ପୂଜାସଂଖ୍ୟା ଓ କୁନି କଥା ଅକ୍ଟୋବର ସଂଖ୍ୟା ଉନ୍ମୋଚିତ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ କିସ୍‌ ଶ୍ରୀବାଣୀ କ୍ଷେତ୍ରରେ କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ। ଏହି ଅବସରରେ କାଦମ୍ବିନୀ ପୂଜା ସଂଖ୍ୟା ଓ କୁନି କଥା ଅକ୍ଟୋବର ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଓଡ଼ିଶାର ଗର୍ବ ଗୌରବ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ଅନେକ ରାଜବଂଶର ଇତିହାସକୁ ନେଇ କାଦମ୍ବିନୀ ପୂଜା ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଛି ରାଜବଂଶ ବିଶେଷାଙ୍କ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କବି ପ୍ରଭାସିନୀ ମହାକୁଡ, କବି ଶ୍ୱେତା ରାଉତ, କବି ସୁନନ୍ଦା ପ୍ରଧାନ, କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଲେଖିକା ପ୍ରୀତିଛନ୍ଦା ଧଳ, ଲେଖିକା ସ୍ୱାଗତିକା ସେଠୀ, ଗାଳ୍ପିକା ଅର୍ଚ୍ଚନା, ଗାଳ୍ପିକା ପ୍ରଜ୍ଞା ପରମିତା ରଥ ଯୋଗ ଦେଇ କାଦମ୍ବିନୀର ପୂଜା ସଂଖ୍ୟା ଓ କୁନି କଥା ଅକ୍ଟୋବର ସଂଖ୍ୟା ଉନ୍ମୋଚିତ କରିଥିଲେ। ମେୟର ସୁଲୋଚନା ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ କାଦମ୍ବିନୀ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ। ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ କାଦମ୍ବିନୀ ସମ୍ପାଦିକା ଡକ୍ଟର ଇତି ସାମନ୍ତ। ଏହି ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ବିଭିନ୍ନ କ୍ଷେତ୍ରର ବହୁ ବ୍ୟକ୍ତି ଯୋଗ ଦେଇଥିଲେ।

 

Leave A Reply

Your email address will not be published.