ଖୋଲିବ ମନ୍ତୁରା ପାଣିର ଗୁମର: ଆଜିଠୁ ଠକ କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବ ମଙ୍ଗଳାବାଗ ଥାନା ପୋଲିସ

ଆଜିଠୁ ଗିରଫ ମୁଲାନା କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବ କଟକ କମିଶନରେଟ ପୋଲିସ । ଚୌଦ୍ୱାର ଜେଲ୍‌ରୁ ଠକ ତାନ୍ତ୍ରିକକୁ ଆଣିବ କଟକ ମଙ୍ଗଳାବାଗ ପୋଲିସ।ଠକେଇ ପାଇଁ ଲୋକଙ୍କୁ ମନ୍ତୁରା ପାଣି ଦେବା ଓ ଗୁପ୍ତ ଧନ ନାଁରେ ଲୋକଙ୍କୁ ଦେଉଥିବା ବିଭିନ୍ନ ପ୍ରକାର ଧାତୁ କେଉଁ ଠାରୁ ଆଣୁଥିଲା ସେ ବାବଦରେ ତଥ୍ୟ ହାସଲ ପାଇଁ ଚେଷ୍ଟା କରାଯିବ ।

କଟକ (କେନ୍ୟୁଜ): ସତ ଉଗାରିବ ଭଣ୍ଡ ତାନ୍ତ୍ରିକ । ଆଜିଠୁ ଗିରଫ ମୁଲାନା କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବ କଟକ କମିଶନରେଟ ପୋଲିସ । ଚୌଦ୍ୱାର ଜେଲ୍‌ରୁ ଠକ ତାନ୍ତ୍ରିକକୁ ଆଣିବ କଟକ ମଙ୍ଗଳାବାଗ ପୋଲିସ। ଚାର ସୋ ବିଶ କୈଫି ଖାନକୁ ଜେରା କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଖୋଲିବ ମନ୍ତୁରା ପାଣିର ଗୁମର । କୋଟିଏରୁ ଅଧିକ ଟଙ୍କା ଠକିଥିବାରୁ ତାର ଆର୍ଥିକ କାରବାରକୁ ନେଇ ଖୋଳତାଡ଼ କରାଯିବ । ଠକି ନେଇ ଥିବା ଟଙ୍କା କେଉଁଠି ବିନିଯୋଗ କରାଯାଇଛି ତା ଉପରେ ପଚରାଉଚରା କରାଯିବ । ଠକେଇ ପାଇଁ ଲୋକଙ୍କୁ ମନ୍ତୁରା ପାଣି ଦେବା ଓ ଗୁପ୍ତ ଧନ ନାଁରେ ଲୋକଙ୍କୁ ଦେଉଥିବା ବିଭିନ୍ନ ପ୍ରକାର ଧାତୁ କେଉଁ ଠାରୁ ଆଣୁଥିଲା ସେ ବାବଦରେ ତଥ୍ୟ ହାସଲ ପାଇଁ ଚେଷ୍ଟା କରାଯିବ । ଏଥିସହ କ୍ରାଇମ ସିଣ୍ଡିକେଟ ସମ୍ପର୍କରେ ମଧ୍ୟ ହେବ ପଚରା ଉଚରା କରିବ ପୋଲିସ ।

କୁଖ୍ୟାତ ଠକ କୈଫି ଖାନର ଠକେଇ କାରନାମା ଜିଲ୍ଲା ଜିଲ୍ଲାକୁ ଡେଇଁବାରେ ଲାଗିଛି । ପୁଣି ଭଣ୍ଡ ତାନ୍ତ୍ରିକ ବିରୁଦ୍ଧରେ ମଙ୍ଗଳାବାଗ ଥାନାରେ ରୁଜୁ ହେଲା ଆଉ ଏକ ମାମଲା। ୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। କେଶରପୁର ଅଞ୍ଚଳର ଜଣେ ବ୍ୟକ୍ତି କଲେ ଅଭିଯୋଗ। ସମ୍ପର୍କୀୟଙ୍କ ଶରୀର ଅସୁସ୍ଥ ଥୁବାରୁ କୈଫି ପାଖକୁ ଯାଇଥିଲେ। ଶରୀର ଆରୋଗ୍ୟ ପାଇଁ ଦେଇଥିଲେ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.