କାକଟପୁର : ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ନିରାଡ଼ମ୍ବର ଭାବରେ ଶେଷ, ପ୍ରବଳ ଆର୍ଥିକ କ୍ଷତି ସହିଲେ ଭୋଗ ଓ ଦୀପ ଦୋକାନୀ

କାକଟପୁର (କେନ୍ୟୁଜ୍‌) : କାକଟପୁର ମା ମଙ୍ଗଳାଙ୍କ ପୀଠରେ ଏକମାସ ବ୍ୟାପୀ ଝାମୁ ଯାତ୍ରା ଶେଷ ହୋଇଛି । ତେବେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ, ଭକ୍ତଙ୍କ କୋଳାହଳବିନା ଉତ୍ସବ ସରିଛି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କଲେ । ତାର ସିଧା ସଳଖ ପ୍ରଭାବ ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଉପରେ ପଡିଲା । ପ୍ରଥମେ ମନ୍ଦିରକୁ ଭକ୍ତମାନଙ୍କ ଯାତାୟାତ ଉପରେ କଟକଣା ଲାଗିଲା ଓ ପରେ ସମ୍ପୂର୍ଣ୍ଣ ଭାବେ ମନ୍ଦିରର ଚାରି ଦ୍ଵାର ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଗଲା ।

BHOGA-2

ଫଳରେ ସେବାୟତଙ୍କ ସହ ମନ୍ଦିର ଭିତରେ ଥିବା ଭୋଗ ଓ ଦୀପ ଦୋକାନୀଙ୍କ ଉପରେ ପଡ଼ିଲା । ସେମାନେ ଲକ୍ଷାଧିକ ଟଙ୍କାରେ ନିଲାମ ଧରି ଦୋକାନ କରିଥାନ୍ତି । ଝାମୁ ଯାତ୍ରାକୁ ଦୃଷ୍ଟିରେ ରଖି ଭୋଗ ଦୋକାନୀ ଲକ୍ଷଲକ୍ଷ ଟଙ୍କାର ଭୋଗ ପ୍ରସ୍ତୁତ କରିଥିଲେ ଏବଂ ଦୀପ ଓ ଘିଅ ଆଦି କିଣିଥିଲେ । ସେସବୁ ବିକ୍ରି ନହୋଇ ପଡିରହିଛି । ଭୋଗ ନଷ୍ଟ ହୋଇଯିବାରୁ ଦୋକାନୀମାନେ ଏହାକୁ ପ୍ରାଚୀ ନଦୀ ଏବଂ ଡ୍ରେନରେ ଫୋପାଡି ଦେଉଛନ୍ତି । ରାଜ୍ୟସରକାର ଏବଂ ଦେବୋତ୍ତର ବିଭାଗ ସେମାନଙ୍କ ସମସ୍ୟା ଓ ଆର୍ଥିକ କ୍ଷତି ପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

BHOGA-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.