ରାଜ୍ୟ

ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା, ପବନ ସହ ବଜ୍ରପାତ

ଗଜପତି (କେନ୍ୟୁଜ୍‌): ଗଜପତି ଜ଼ିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି l ଫଳରେ ଚନ୍ଦ୍ରଗିରି,ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l

ବିଭିନ୍ନ ଅଞ୍ଚଳ ରେ ବିଦ୍ୟୁତ ତାର ଛିଣ୍ଡି ଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି l କିଛି ସ୍ଥାନରେ କଚ୍ଚା ଘର ନଷ୍ଟ ହୋଇଥିବା ଜଣାପଡିଛି l ଅଡବା ଠାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡି ରାସ୍ତା ବନ୍ଦ ରହିଛି ଫଳରେ ଗଜପତି ସହ କନ୍ଧମାଳ ଜ଼ିଲ୍ଲା କୁ ଅଡବା ମଧ୍ୟ ଦେଇ ଯାତାୟତ ଠପ୍ ହୋଇଥିଲା ତେଵେ ମୋହନା ଅଗ୍ନିଶମ କର୍ମଚାରୀ ଙ୍କ ତତ୍କାଳୀନ ପଦକ୍ଷେପ ଯୋଗୁଁ ଗଛ କାଟି ରାସ୍ତା ସଫା କରାଯିବା ସହ ଯାତାୟତ ସ୍ୱାଭାବିକ ହୋଇଥିଲା l ତେଵେ ବର୍ଷା ଯୋଗୁଁ ପ୍ରଚଣ୍ତ ରୌଦ୍ର ତାପରୁ ଲୋକେ ତ୍ରାହି ପାଇଛନ୍ତି l ଆଜି ଦିନରେ ମୋହନା ଅଞ୍ଚଳର ତାପମାତ୍ରା ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା l

 

Sasmita

Recent Posts

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ…

24 mins ago

ଶପଥ ଗ୍ରହଣ ସମାରୋହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଦିନ ୨ରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଅପରାହ୍ଣ ୫ଟାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।…

37 mins ago

ନୂଆ ସରକାରରେ କେଉଁ ଜିଲ୍ଲାର ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ତାଲିକାରେ ଅଛି ଏସବୁ ନାଁ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଜେପି ସରକାରରେ କିଏ ହେବେ ମନ୍ତ୍ରୀ ? କେଉଁ ଜିଲ୍ଲାରୁ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀ…

60 mins ago

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ପୁଣି ଉପର ମୁହାଁ ହେଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago

ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ, ଜୁନ୍‌ ୧୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ୪ ଦିନ ପାଇଁ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତୀ…

2 hours ago