ନରସିଂହପୁର ବ୍ଲକରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡ଼ିଲା, ଘର ଭାଙ୍ଗିଲା

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ବ୍ଲକରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ । ପ୍ରବଳ ବର୍ଷା ଓ ପବନରେ କଅଁଳପଡାରେ ଗଛ ଉପୁଡ଼ିପଡ଼ିବାରୁ ଘର ଭାଙ୍ଗିଯାଇଛି । ତେବେ ଦୁର୍ଘଟଣାରୁ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ସରପଞ୍ଚ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଏପଟେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଟ୍ଵିନ୍ ସିଟିରେ କାଚୁଛି ବର୍ଷା:

ଏପଟେ ଟ୍ଵିନ୍ ସିଟିରେ ବି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ସେପଟେ କଟକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆଜି କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ଆହୁରି ପଢନ୍ତୁ: ବଦଳିଲା ପାଣିପାଗ ମିଜାଜ: ଟ୍ଵିନ୍ ସିଟିରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା