ଗୁଣୁପୁରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଚାଳ ଛପର

ଗୁଣୁପୁର(କେନ୍ୟୁଜ୍‌): ଗୁଣୁପୁରରେ କାଳବୈଶାଖୀ ତାଣ୍ଡବ। ଭାଙ୍ଗିଲା ଗଛ, ଉଡ଼ିଲା ଚାଳ ଛପର। ସହରର ପୁରୁଣା ଗୁଣୁପୁର, ବାଇପାସ ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଝଡ ତୋଫାନ୍‌ ହେବାରୁ ଗଛ ଉପୁଡି ରାସ୍ତାରେ ପଡିବା ସହ ଘରର ଚାଳ ଛପର ଉଡିଯାଇଥିଲା।

ଝଡ ତୋଫାନ୍‌ ଯୋଗୁଁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.