କଳାହାଣ୍ଡି : ସୁନାମୁଖୀ ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ଗଳିତ ମୃତଦେହ, ଦିନେ କି ଦୁଇ ଦିନ ଆଗରୁ ମୃତ୍ୟୁ ହୋଇଥିବା ସନ୍ଦେହ

କଳାହାଣ୍ଡି (କେନ୍ୟୁଜ): ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନାମୁଖି ଜଙ୍ଗଲରେ ମୁଣ୍ଡ ବିହିନ ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଅଏଲାତରା ଗାଁ ନିକଟ ସୁନାମୁଖୀ ଜଙ୍ଗଲରେ ଏକ ମୁଣ୍ଡ ବିହୀନ ଶବ କୁ ଗ୍ରାମବାସୀ ଦେଖି ପୋଲିସକୁ ଖବର କଲା ପରେ ଘଟଣା ସ୍ଥଳରେ ମଦନପୁର ରାମପୁର ପୋଲିସ ପହଁଚି ତଦନ୍ତ କରୁଛି । ମୃତଦେହର ପରିଚୟ ମିଳିପାରି ନାହି।

ତେବେ ଦିନେ କି ଦୁଇ ଦିନ ଆଗରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ମୁଣ୍ଡ ବିହୀନ ଓ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ନିକଟରେ ରକ୍ତ ଛିଟା ମଧ୍ୟ ପଡିଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତଦେହଟିର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ତଦନ୍ତ କରାଯିବ ବୋଲି ମଦନପୁର ରାମପୁର ଆଇଆଇସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.