କଳାହାଣ୍ଡି ଭିଜିଲାନ୍ସ ଜାଲରେ ସଗଡା ବନବିଭାଗର ଫରେଷ୍ଟର, ରାତି ଅଧରେ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିବା ବେଳେ ରେଡ୍‌

କଳାହାଣ୍ଡି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଫରେଷ୍ଟର । କଳାହାଣ୍ଡି ଭିଜିଲାନ୍ସ ଜାଲରେ ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ । ରାତି ଅଧରେ ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିବା ବେଳେ ରେଡ୍‌ ହୋଇଥିଲା ।

ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ୍‌ ଖବରପାଇ ଏକାକାଳୀନ ଚଢ଼ାଉ କରିଥିଲା । ଫରେଷ୍ଟରଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି କରାଯାଉଛି ପଚରାଉଚରା । ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.