କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ

କେନ୍ୟୁଜ (ବ୍ୟୁରୋ): ଏସପିଙ୍କୁ ହତ୍ୟା ଧମକ । କଳାହାଣ୍ଡି ଏସପି ବି. ଗଙ୍ଗାଧରଙ୍କୁ ପୋଷ୍ଟରରେ ମାଓ ଧମକ ମିଳିଛି । କଳାହାଣ୍ଡି କନ୍ଧମାଳ ସୀମାନ୍ତ ଜୁରାଖମନ-ମୋହନଗିରି ଠାରେ କେକେବିଏନ ମାଓ ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର । ଯେଉଁଥିରେ କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି । ନିରୀହ ଆଦିବାସୀଙ୍କୁ ଉଠାଇ ନେଇ ଯେଉଁ ଜୁଲୁମ କରାଯାଉଛି ତାହା ବନ୍ଦ କରାଯାଉ । ନଚେତ୍‌ ଏସପିଙ୍କୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି ।

ପୋଲିସକୁ ସାହାଯ୍ୟ କରିବା ସୂଚନା ଦେବା ଅଭିଯୋଗରେ ସୁରେଶ ତାଣ୍ଡି, ଈଶ୍ୱର ମାଝୀ ଓ ଆଦିତ୍ୟ ମାଝୀଙ୍କୁ ଆଗାମୀ ଦିନରେ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବା ସହ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ । ତେବେ ପ୍ରକୃତରେ ଏହି ଧମକ ମାଓବାଦୀଙ୍କ ଦ୍ୱାରା କିମ୍ବା ଅନ୍ୟ କାହା ଦ୍ୱାରା ଦିଆଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହି ଘଟଣାରେ ବର୍ତ୍ତମାନ ତଦନ୍ତ ଚାଲିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.