ରାଜ୍ୟ

ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସମୀକ୍ଷା କରି ସୂଚନା ଦେଲେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ utkela ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ,ମହିଳା,କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ  ପାଣ୍ଡିଆନ୍ utkela ବିମାନ ଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ। କଳାହାଣ୍ଡିକୁ Air connectivity ର ବିକାଶ ପାଇଁ utkela ବିମାନ୍ ଘାଟି Runway ର ସମ୍ପ୍ରସାରଣ କାମ Dec 23 ସୁଦ୍ଧା ଶେଷ କରିବାକୁ 5T ସଚିବ ପରାମର୍ଶ ଦେଇଥିଲେ।

ପରେ ପାଣ୍ଡିଆନ୍ ବେଲଖଣ୍ଡି ର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ଯ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ 15 ଦିନ ଭିତରେ DPR ପ୍ରସ୍ତୁତି ପାଇଁ ଜିଲ୍ଲା ପାଳ ଙ୍କୁ ପରାମର୍ଶ ଦେଇଥିଲେ।

ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତର କାମ 5T ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ।  ଏହି ଅବସରରେ  ପାଣ୍ଡିଆନ୍ ନିରାମୟ କେନ୍ଦ୍ର ରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ । ତେଲ ନଦୀ ଉପରେ ନିର୍ମାଣ ହେଉଥିବା sandul barrage କାମ ର ଅଗ୍ରଗତି ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ। March 24 ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କୁ ଅବଗତ କରିଥିଲେ ।ଏହି barrage କାମ ଶେଷ ହେଲେ ନର୍ଲା ,କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ର 29 ଟି ଗାଆଁ ର ଚାଷ ଜମିକୁ underground pipe ଦ୍ଵାରା ପାଣି ମିଳିପାରିବ। ଏହି ଅବସରରେ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ।

ଭବାନୀପାଟଣା ରେ 5T ସଚିବ police highschool ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ school ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହି highschool third phase ରୂପାନ୍ତର କାର୍ଯ୍ୟକ୍ରମ ରେ ସାମିଲ ହୋଉଛି । ପରେ ପାଣ୍ଡିଆନ୍ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର redevelopment ପାଇଁ 30 ଦିନ ଭିତରେ DPR ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ। ସେଠାରୁ ଭବାନୀପାଟଣା busterminal କୁ ଯାଇ କାମ ର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଅବସରରେ  ପାଣ୍ଡିଆନ୍ କଳାହାଣ୍ଡି medical college ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ।  କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ smart classrooms ,e library ଓ ଉନ୍ନତ labortary ର ବିକାଶ କରାଯିବ ବୋଲି 5T ସଚିବ ସୂଚନା ଦେଇଥିଲେ।

କଳାହାଣ୍ଡି ଟାଉନ ହଲ୍ ରେ 5T ସଚିବ ମିଶନ ଶକ୍ତି ମାନଙ୍କୁ ଭେଟିଥିଲେ। ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର Redevelopment ପାଇଁ DPR ପ୍ରସ୍ତୁତ କରିବାକୁ ଜିଲ୍ଲା ପାଳ ଙ୍କୁ ପରାମର୍ଶ ଦେଇଥିଲେ। ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାମ ଅଗ୍ରଗତି ର 5T ସଚିବ  ପାଣ୍ଡିଆନ୍ ସମୀକ୍ଷା ମଧ୍ୟ କରିଥିଲେ।

KNews Bureau

Recent Posts

ସମୁଦ୍ରକୁ ମାଛ ଧରିବାକୁ ବାହାରିଲେ ୨୦୦ରୁ ଅଧିକ ବୋଟ୍, ବରୁଣ ଦେବଙ୍କୁ କଲେ ଆବାହନ

ପାରାଦୀପ (କେନ୍ୟୁଜ):  ପୁଣି ଥରେ ଚଳଚଂଚଳ ହୋଇ ଉଠିଛି ପାରାଦୀପ ମାଛଧରା ବନ୍ଦର । ମାଛ ବଂଶ ବୃଦ୍ଧି ପାଇଁ ଉଭୟ…

4 mins ago

ଅଯୋଧ୍ୟାରୁ ଦର୍ଶନ ସାରି ଫେରୁଥିଲେ; ରାସ୍ତାରେ କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହେଲେ ପତ୍ନୀ

ବିହାରର ସାରଣ ଜିଲ୍ଲାର ଛାପରାରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି…

5 mins ago

ରଜ ସଂକ୍ରାନ୍ତିରେ ଅଘଟଣ: ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ରେଢାଖୋଲ (କେନ୍ୟୁଜ): ରେଢାଖୋଲରେ ଅଘଟଣ ।  ପୋଖରୀରେ ବୁଡ଼ି ୨ଭାଇଙ୍କ ମୃତ୍ୟୁ ।  ରେଢାଖୋଲ ସହର କଳିନ୍ଦର ସାହିରେ ଏହି…

15 mins ago

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ଯାତ୍ରୀବାହୀ ଗାଡି, ଗାଡିରେ ଥିଲେ ୨୩ ଯାତ୍ରୀ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡି ଅଳକାନନ୍ଦା ନଦୀରେ ଖସିପଡିଥିବା ଖବର ମିଳିଛି ।…

22 mins ago

ଆତିଥ୍ୟ ପାଇଁ ଇଟାଲୀ ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୋଦି, ଭିନ୍ନ ଅନ୍ଦାଜରେ ସେଲଫି ନେଲେ ମୋଦି ଏବଂ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଟାଲୀରୁ ଫେରିବା ପରେ ସେଠିକାର ଆତିଥ୍ୟକୁ…

40 mins ago

କୋରାପୁଟରେ ଗଡୁନି ଘରୋଇ ବସ୍, ରଜରେ ଯାତ୍ରୀ ହନ୍ତସନ୍ତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଗଡୁନି ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ଓ ଘରୋସ୍ ବସ୍ କର୍ମଚାରୀ…

50 mins ago