ଆଦର୍ଶ ଗ୍ରାମ କଲରାବାଙ୍କରେ ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

କଟକ(କେନ୍ଯୁଜ୍) : ଆଦର୍ଶ ଗ୍ରାମ କଲରାବାଙ୍କରେ ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । କଲରାବାଙ୍କ ଇଂରାଜୀ ମିଡିୟମ୍ ସ୍କୁଲ ଓ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ, କଲରାବାଙ୍କ ଗାଁ କମିଟିର ସଭାପତି ଅଞ୍ଜନ ସାମନ୍ତ ଓ ସମ୍ପାଦକ ଅଭିନ୍ନ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁ ଜ୍ୟୋତିକୁ ସ୍ୱାଗତ କରିଥିଲେ ।
ଲୋକ ସେବକ ମଣ୍ଡଳର କଟକ ଶାଖା ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ଯ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ଯକ୍ରମକୁ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ପରିଚାଳନା କରିଥିଲେ ।