କଟକ(କେନ୍ୟୁଜ୍): କଟକ ଜିଲ୍ଲା ଆଦର୍ଶ ଗାଁ କଲରାବାଙ୍କଠାରେ ମାଆ ଦକ୍ଷିଣେଶ୍ୱର କାଳିଙ୍କ ପୂଜା ଆରମ୍ଭ ହୋଇଛି। ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଚକ୍ଷୁଦାନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଲରାବାଙ୍କଠାରେ ୧୫୦ ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇ ଆସୁଛି। ପୂଜାକୁ ନେଇ ଉତ୍ସବମୁଖର କଲରାବାଙ୍କ। ଏଠାରେ କାଳିପୂଜା ୪ ଦିନ ଧରି ଅନୁଷ୍ଠିତ ହେବ। ପୂଜା ୨୭ ତାରିଖରୁ ଆରମ୍ଭ ହୋଇଛି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ହଜାର ହଜାର ଭକ୍ତ ମାଆଙ୍କୁ ଦର୍ଶନ କରିବେ। ପ୍ରତିଦିନ ଅନୁଷ୍ଠିତ ହେବ ଭଜନ ସଂଧ୍ୟା, ନୃତ୍ୟ ନାଟିକା, ମେଲଡି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । କିସ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏଠାରେ ଅନୁଷ୍ଠିତ ହେଉଛି ଭଜନ ସଂଧ୍ୟା। ଏହା ୪ ଦିନ ଧରି ଚାଲିବ। ପୂଜା ଅବସରେ ଏଠାରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାଆଙ୍କ ଦର୍ଶନ ପାଇଁ ଆଖପାଖ ଗାଁ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି।