ଯାଜପୁର (କେନ୍ୟୁଜ୍): ଯାଜପୁରରେ କାଳବୈଶାଖୀ ଓ ଲଗାଣ ବର୍ଷାଯୋଗୁଁ ଫସଲ ନଷ୍ଟ । ଗତ ୨ଦିନ ଧରି ବର୍ଷା ହେବା ଫଳରେ ବିଶେଷ ଭାବରେ ଚିନାବାଦାମ ଓ ବିରି ଫସଲ କ୍ଷତିଗ୍ରସ୍ତ ହୋଇଛି । ଚାଷୀ ମାନେ ବାଦାମ ଉପାଡି ବିଲରେ ପକାଇ ରଖିଥିଲେ । ଖରା ବାଜିବା ପରେ ଘରକୁ ଆଣିଥାନ୍ତେ । ତେବେ ୨ଦିନ ଧରି ବର୍ଷା ହେବ ଫଳରେ ବାଦାମ କଳା ପଡ଼ିବା ସହ ନଷ୍ଟ ହେବାର ଆଶଙ୍କା କରାଯାଇଛି। ସେହିପରି ବର୍ଷାରେ ବିରି ଫସଲ ମଧ୍ୟ ନଷ୍ଟ ହେବା ଆଶଙ୍କା କରାଯାଇଛି। ଜିଲ୍ଲାର ରସୁଲପୁର, ବରୀ, ଧର୍ମଶାଳା ଆଦି ଅଞ୍ଚଳରେ ବିଶେଷ ଭାବରେ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।
ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…
ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…
ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…
କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…
ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…
ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…