ଭଦ୍ରକ : ନନାଙ୍କୁ ମହାଦେବ କାଳେସୀଙ୍କ ମହାମାଡ଼, ମାଟି ତଳୁ ଶିବଲିଙ୍ଗ ବାହାରିବା ପରେ ଘଟିଛି ଘଟଣା

ଭଦ୍ରକ : ସାରା ରାଜ୍ୟରେ ଏଇ ଖବରଟି ନିଆଁ ଭଳି ମାଡ଼ି ସାରିଛି । ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଏହି ଅଲୌକିକ ଘଟଣାଟି ଘଟିଛି ଭଦ୍ରକ ବ୍ଳକ୍‌ ଗୋରାମାଟି ପଞ୍ଚାୟତର ଚକପୁର ଗାଁରେ । ପଂଚାୟତ ପଡିଆରେ ପାର୍କ ନିର୍ମାଣ ପାଇଁ ମାଟି ଖୋଳିବା ସମୟରେ ଟ୍ରାକ୍ଟର ମୁନରେ ଏକ ପଥରେ ବାଜିଥିଲା । ଏହା ପରେ ଏକ ମୂର୍ତ୍ତି ଦେଖିବାକୁ ପାଇଥିଲେ ଡ୍ରାଇଭର ।ପରେ ଅଧିକ ଖୋଳିବାରୁ ମାଟି ତଳୁ ଏକ ବିରାଟ ଶିବଲିଙ୍ଗ ଏବଂ ପାର୍ଶ୍ୱମୂର୍ତ୍ତି ବାହାରିଥିଲା । ମୂର୍ତ୍ତି ଉଦ୍ଧାର ପରେ ଏବେ ସେଠାରେ ପୂଜା ପାଠ ଚାଲିଛି ।

KALESI-1

ତେବେ ଶିବଲିଙ୍ଗ ବାହାରିବା ପରେ ଲୋକଙ୍କ ଭିତରେ ତ ଭକ୍ତି ଭରି ଯାଇଛି ତା ଭିତରେ ଆଉ ଯେଉଁ ଘଟଣାଟି ଘଟିଲା ତାକୁ ନେଇ ବେଶି ଚର୍ଚ୍ଚା ଚାଲିଛି । କାରଣ ଆଧ୍ୟାତ୍ମବାଦୀ କେବଳ ଭକ୍ତି କରୁନାହାନ୍ତି ଏବେ ଭୟ ବି କରିବା ଆରମ୍ଭ କରିଛନ୍ତି । କାରଣ ଏଠାରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗାଁର ଜଣେ ବ୍ୟକ୍ତିଙ୍କୁ କାଳେସୀ ଲାଗିଲା । ସମସ୍ତେ କହିଲେ ତାଙ୍କ ଦେହରେ ପ୍ରଭୁ ମହାଦେବ ସବାର ହୋଇଛନ୍ତି । କାଳେସୀ ସେହି ଶିବଲିଙ୍ଗଙ୍କ ନିକଟରେ ବସିଥିଲେ ଏବଂ ପୂଜକଙ୍କୁ ଡାକିଲେ । ବିଚରା ପୂଜକ କିଛି ବୁଝିବା ପୂର୍ବରୁ ତାଙ୍କ ଗାଲକୁ ଗାଲକୁ ବ୍ରହ୍ମ ଚାପୁଡ଼ା ମାରି ଚାଲିଲେ । ପଚାରୁଥାନ୍ତି କଣ ଭୁଲ କରିଛୁ କହ? କଣ ଭୁଲ କରିଛୁ କହ? ତା ସହିତ ମାଡ଼ ମାରି ଚାଲିଥାନ୍ତି । ହେଲେ ପୂଜକ କଣ ଭୁଲ କରିଥିଲେ ସେ କଥା କହିଲେ ନାହିଁ କାଳେସୀ । ତା ପରେ ପୂଜକଙ୍କୁ ନଦୀରେ ଯାଇ ଗାଧୋଇ ଆସିବାକୁ କହିଲେ । ବିଚରା ପୂଜକ ଆଉ କଣ ସେଠି ରୁହନ୍ତି ? ଅତର୍ଚ୍ଛା ଭୟରେ ଦୌଡ଼ିଲେ ।

Leave A Reply

Your email address will not be published.