ଦୀର୍ଘ ୭୪ ବର୍ଷ ହେବ ଏଠାରେ ଜାତି,ଧର୍ମ,ବର୍ଣ୍ଣ ନିର୍ବୀଶେଷରେ ହିନ୍ଦୁ ଓ ମୁସଲମାନ ମିଶି ପାଳନ କରିଥାନ୍ତି କାଳୀ ପୂଜା

ଆଳି: ଆମ ଓଡିଶା,ସତରେ ଭାରି ସୁନ୍ଦର । ଏଠାକାର ଚାଲିଚଳନ, ଭାଷା ଆଉ ପୂଜାପର୍ବାଣୀ କଥା ଖୁବ୍ ନିଆରା । ବାର ମାସରେ ଏଠାରେ ତେର ପର୍ବ ଖୁବ୍ ଧୂମଧାମରେ ପାଳିତ ହୁଏ। ସେଥି ମଧ୍ଯରୁ କାଳୀ ପୂଜା ଅନ୍ଯତ୍ତମ । ଆପଣ ଜାଣିଥିବେ ବର୍ତ୍ତମାନ କରୋନା କଟକଣା ଫିକା ପକାଇ ଦେଇଛି ପାର୍ବଣ ଋତୁକୁ। ତଥାପି ପରମ୍ପରାକୁ ବଜାୟ ରଖିବା ପାଇଁ ଯଥା ବିଧି ଅନୁଯାୟୀ ନିରାଡମ୍ବର ଭାବେ ସବୁ ପୂଜା ପାଳନ କରାଯାଉଛି ।

kaliଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଓଳାଭର ଠାରେ ଥିବା ଯୁବକ ସଙ୍ଘ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହେଉଛି କାଳୀପୂଜା ଉତ୍ସବ। ଗତ ୧୪ ତାରିଖରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୨ ତାରିଖରେ ଶେଷହେବ। ବିଶେଷ କରି ଓଳାଭର କାଳୀପୂଜାର ସୋତନ୍ତ୍ରତା ହୋଇଛି , ଦୀର୍ଘ ୭୪ ବର୍ଷ ହେବ ଜାତି ଧର୍ମ ବର୍ଣ୍ଣ ନିର୍ବୀଶେଷରେ ହିନ୍ଦୁ ଓ ମୁସଲମାନ ଭାଇ ମାନେ କାଳୀପୂଜା ଉତ୍ସବକୁ ପାଳନ କରିଆସୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କ ପୂଜାର୍ଚନା କରୁଛନ୍ତି।

kali pujaଏବର୍ଷ କିନ୍ତୁ ମହାମାରୀ କରୋନା ପାଇଁ ସରକାରୀ କଟକଣା କାଳୀପୂଜାରେ ଲଗାମ ଲଗାଇଛି । ସାଜ ସଜା ଆଗ ଅପେକ୍ଷା ଫିକା ପଡିଛି । ବାଜା ବଜଣା ଠପ୍ ହୋଇଛି। ଆଲୋକ ମାଳା ଓ ତ୍ୱରଣର ଦେଖାନାହିଁ । ତଥାପି ଭାବ ଓ ଭକ୍ତିରେ ମଳିନ ପଡିନି ମା’ ଙ୍କ ପୂଜା, ଏହି କାଳୀପୂଜା ଉତ୍ସବକୁ ଓଳାଭର ଯୁବକ ସଙ୍ଘ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରି ଆସୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.