କରୋନା କଟକଣା ପାଇଁ ଫିକା ପୂଜା ମାହୋଲ, ତଥାପି ଚାଲିଛି ପ୍ରସ୍ତୁତି

କେନ୍ୟୁଜ ବ୍ୟୁରୋ : କରୋନା କଟକଣା ପାଇଁ ଫିକା ପଡ଼ିଛି ପୂଜାର ମାହୋଲ । ଯାଜପୁରରେ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ ହେବ କାଳୀପୂଜା । ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଜସଜା ହେବ ନାହିଁ । କେବଳ ପରମ୍ପରା ରକ୍ଷା ପାଇଁ ପ୍ରତି ମଣ୍ଡପରେ ମା’ କାଳୀ ଓ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯିବ । ଚଳିତବର୍ଷ ସହରରେ ୪୬ଟି ମେଢ ପୂଜା ପାଇବେ । ମା’ଙ୍କ ମୂର୍ତ୍ତି ୪ ଫୁଟ ଭିତରେ କରିବାକୁ ନିର୍ଦ୍ଦେଶ ରହିଛି ।

କୌଣସି ସାଜସଜା ନ ଥିବାରୁ କେବଳ ମୂର୍ତ୍ତିକୁ ଆକର୍ଷଣୀୟ କରିବାରେ ଲାଗିପଡ଼ିଛନ୍ତି କାରିଗର । କୁତ୍ରିମ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଉଛି । କରୋନା କଟକଣାରେ କିପରି ପୂଜା କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ପୂଜା କମିଟି ସହିତ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତି ପୂଜା କମିଟି ସଦସ୍ୟଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଚଳିତବର୍ଷ ଗୋଟିଏ ଦିନରେ ଭସାଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

 

 

Leave A Reply

Your email address will not be published.