ଜଗା ସୁସ୍ଥ, କାଳିଆ ସଂକଟାପନ୍ନ: କଟକ ବଡ଼ ମେଡିକାଲ ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

କଟକ(କେନ୍ୟୁଜ୍): କଟକ ଏସସିବିରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ କାଳିଆ ସଙ୍କଟାପନ୍ନ । ବେଳେ ବେଳେ କାଳିଆକୁ ଜ୍ୱର ଆସୁଛି । କାଳିଆ ଛାତିରେ ସଂକ୍ରମଣ ହୋଇଛି । କଟକ ବଡ଼ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଉଭୟ ଜଗା ଓ କାଳିଆଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ଡାକ୍ତରୀ ଟିମ୍‌ । କାଳିଆ ପେଟରେ ହୋଲ କରାଯାଇ ତାକୁ ତରଳ ଖାଦ୍ୟ ଦିଆଯାଇଛି । ବର୍ତ୍ତମାନ ଜଗାକୁ ହୋମ୍‌ ଟିଚିଂ ଦିଆଯିବ । କନ୍ଧମାଳ ମିଲୁପଡ଼ାର ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କର ଦିଲ୍ଲୀ ଏମସରେ ଅପରେସନ କରି ଅଲଗା କରାଯାଇଥିଲା । ନିକଟରେ ସେମାନେ ଦିଲ୍ଲୀ ଏମସରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.