ଆଜିଠୁ ଆରମ୍ଭ ହେବ କାଳିଆ ଯୋଜନା

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ୍ସ ଆଣ୍ଡ ଇନକମ ଅଗମେଣ୍ଟେସନ ବା କାଳିଆ ଯୋଜନା। ସନ୍ଧ୍ୟାରେ ସଚିବାଳୟରେ ‘କାଳିଆ ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୩୦ ଲକ୍ଷ ଚାଷୀ ଓ ଭାଗଚାଷୀ ଉପକୃତ ହେବେ। ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର ଟଙ୍କା। ଖରିଫ ଓ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ଛେଳି, ଛତୁ, କୁକୁଡ଼ା, ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ପରିବାର ପିଛା ୧୨ହଜାର ୫ଶହ ଟଙ୍କା ଦିଆଯିବ।

villageଏହାଦ୍ୱାରା ୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ଆଉ ଦୁଇ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ। ଏହାଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ। କାଳିଆ ଯୋଜନାରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଦିଆଯିବ। ଏଥିପାଇଁ ଆଗାମୀ ୩ ବର୍ଷରେ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମଂଜୁରି ଦେଇଛି କ୍ୟାବିନେଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.