ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରି ଦିଆଯାଇଛି : ବିଜେଡି

ଭୁବନେଶ୍ବର : ରାଜ୍ୟର କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଛନ୍ତି । ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରି ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ବିରୋଧରେ ନିର୍ବାଚନ କମିଶନଙ୍କ ଫେରାଦ ହେବ ବିଜେଡି। ଏହି ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ବିଜେଡିର ଯୁକ୍ତି, ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ବହୁ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଲାଗୁ କରିଛନ୍ତି। କିନ୍ତୁ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଜେପି ଏଭଳି ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.