କାଳିଆ-କିଷାନ ନେଇ ରାଜ୍ୟ ରାଜନୀତି ସରଗରମ, ମୋଦି ପାଦେ ଆଗକୁ ବଢିଲେ ଦି ପାଦ ଆଗକୁ ଯାଉଛନ୍ତି ନବୀନ ସରକାର

ଭୁବନେଶ୍ବର : ଆଗକୁ ନିର୍ବାଚନ । ତା ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି । ବିଜେପି ପାଦେ ତ ବିଜେଡି ଦି ପାଦ ଆଗରେ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି । ତିନୋଟି କିସ୍ତିରେ ୬ ହଜାର ଟଙ୍କା ଦେବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏହାରି ମାଧ୍ୟମରେ ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା କରିଛି ବିଜେପି । ଏଭଳି ସ୍ଥିତିରେ ଆଉ ଏକ ମାଷ୍ଟରଷ୍ଟ୍ରୋକ ଖେଳିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ମହିଳାଙ୍କ ଅନୁରୋଧ କ୍ରମେ ଅକ୍ଷୟ ତୃତୀୟ ନୁହଁ ଏପ୍ରିଲ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପିଏମ୍‌ କିଶାନ ଯୋଜନାରେ ହିତାଧିକାରୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ଲେଖାଏଁ ଯାଇଥିବା ବେଳେ, ଏପ୍ରିଲ ସୁଦ୍ଧା କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଲେଖାଏଁ ଖାତାକୁ ଯିବ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀଙ୍କୁ ଆକୃଷ୍ଟ କରିବାକୁ ଏପରି ପଦକ୍ଷେପ ନେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ବିଜେଡି କହିଛି, ଚାଷୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ହେଉଛି ଆଉ ଏକ ପ୍ରୟାସ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ବିଜେପି ଭରସା କରିଥିବା ବେଳେ କାଳିଆ ଯୋଜନାକୁ ଆୟୁଧ କରିଛି ବିଜେଡି । ତେବେ ସାଧାରଣ ଲୋକଙ୍କ ଉପରେ କାହାର ପ୍ରଭାବ ରହୁଛି ତାହା ଆଗାମୀ ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.