କାଲିମେଳା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ନିଖୋଜ, ଥାନାରେ ଅଭିଯୋଗ କଲା ଦଳ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା କାଲିମେଳା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ନିଖୋଜ। ପ୍ରାର୍ଥୀ ରୀନା କବାସୀଙ୍କୁ ଖୋଜୁଛି ଦଳ।କାଲିମେଳା ଥାନାରେ ଅଭିଯୋଗ କଲା ବିଜେପି । ହାତରେ ମାତ୍ର କିଛି ଘଣ୍ଟାର ସମୟ। ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଆଲୋଡନ ସୃଷ୍ଟି କରିବା ଭଲି ଘଟଣା ସାମ୍ନାକୁ ଆସିଛି। ହଠାତ ଏକ ଖବର୍‌ ସାରା ମାଲକାନଗିରି ଜିଲ୍ଲାରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଜିଲ୍ଲା ପରିଷଦ ଜୋନ ୨ର ପ୍ରାର୍ଥୀ ନିଖୋଜ ହେଇଯିବା ଘଟଣା କାଲିମେଳା ସମେତ ଜିଲ୍ଲାରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

bjp2

ରିନା କାବାସି ନିଖୋଜ ନେଇ ଆଜି କାଲିମେଳା ଥାନାରେ ବିଜେପିର କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଜିଲ୍ଲାପରିଷଦ ଜୋନ ୨ ବିଜେପି  ପ୍ରାର୍ଥୀ ହୋଇଥିବା କାଲିମେଳା ପଞ୍ଚାୟତ ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର ରୀନା କବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଉଥିବା ବେଳେ ନିଖୋଜ ଘଟଣାରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ବିଜେପି ଏଥିରେ ଶାସକ ଦଳର ଭୂମିକା ଥିବା ସନ୍ଦେହ କରୁଛି। ବିଜେଡି ର୍ନିବାଚନ ପୂର୍ବରୁ ହାର ମାନି ଯାଇଥିବା ମତ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.