କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଶାଳଗ୍ରାମ ପ୍ରଦାନ

ପୁରୀ : ୨୮ କେଜି ଓଜନର ଶାଳଗ୍ରାମ । ଆଜି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଏକ ଶାଳଗ୍ରାମ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରାୟ ୨୮କିଲୋଗ୍ରାମ ଶାଳଗ୍ରାମଟି ନେପାଳର କାଳୀ ଗଣ୍ଡକୀ ନଦୀରୁ ମିଳିଥିବା ଜଣାପଡିଛି । ଏଭଳି ଶାଳଗ୍ରାମ ପ୍ରାୟ ଅନ୍ଯ କେଉଁଠି ଦେଖିବାକୁ ମିଳେନାହିଁ । ପୁରୀ ବଡ଼ଦାଣ୍ଡରେ ଶାଳଗ୍ରାମକୁ ଦେଖିବା ପାଇଁ ଶହଶହ ଭକ୍ତଙ୍କ ଭିଡ଼ ଜମିଥିଲା ।

ତେବେ ଆଜି ମହା ସମାରୋହରେ ଏହାକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରାଯିବ । ଭୁବନେଶ୍ବରରେ ବୈଶ୍ୟ ଜାତିର କୁଳଦ୍ଧାତ୍ରୀ ମା’ କନ୍ୟକା ପରମେଶ୍ବରୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀରେ ପହଞ୍ଚିଛନ୍ତି କଳିଙ୍ଗ ବୈଶ୍ଯ ସଂଘର କର୍ମକର୍ତ୍ତା । ଏହି ଅବସରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଏକ ଶାଳଗ୍ରାମ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ।