ଭୁବନେଶ୍ୱର (କେ ନ୍ୟୁଜ୍) : ଆସନ୍ତାକାଲିଠାରୁ କିଟ୍ କ୍ୟାମ୍ପସ୍ରେ ଆରମ୍ଭ ହେଉଛି ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ (କେଜିଏଫ୍ଏଫ୍) । ଏଥିରେ ଦେଶ ବିଦେଶର ଅନେକ କୁଶଳୀ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଉଚ୍ଚକୋଟୀର ସିନେମା ସବୁ ପ୍ରଦର୍ଶିତ ହେବ । ଯୁବ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସ୍ୱପ୍ନକୁ ସାକାର କରିବା ହେଉଛି ଏହି ଉତ୍ସବର ଉଦ୍ଦେଶ୍ୟ ।
କିଟ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମିଡିଆ ସାଇନସେସ୍ ପକ୍ଷରୁ ଏଫ୍ଏଫ୍ଏସ୍ଆଇ ସହଯୋଗରେ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେବ । କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍-୭ର ଅଡିଟୋରିୟମରେ ଚାଲିବ ଏହି ସିନେ ମେଳା । ଆସନ୍ତାକାଲି ସନ୍ଧ୍ୟା ୫ଟା ବେଳେ ଏହି ଉତ୍ସବର ଉଦ୍ଘାଟନ ହେବ । ବିଶେଷ ଭାବେ ସିନେମା ଶିକ୍ଷାର୍ଥୀମାନଙ୍କ ପାଇଁ ଏହି ଉତ୍ସବ ଖୁବ୍ ଶିକ୍ଷଣୀୟ ହେବ ।