କଳିଙ୍ଗ ରେଜିମେଣ୍ଟ ଗଠନ ନେଇ ଲୋକସଭାରେ ଦାବି ଉପସ୍ଥାପନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ରେଜିମେଣ୍ଟ ଗଠନ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଦାବି ଉପସ୍ଥାପନ କରିଛନ୍ତି । ଆଜି ଶୂନ୍ୟକାଳରେ ଡକ୍ଟର ସାମନ୍ତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ଭାରତୀୟ ସେନାରେ ଓଡ଼ିଶା ରାଜ୍ୟର ନାମାନୁସାରେ କଳିଙ୍ଗ ନାମରେ ଏକ ରେଜିମେଣ୍ଟ ଗଠନ କରାଯିବା ନେଇ ଓଡ଼ିଶାବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି । ଏହି ରୋଜିମେଣ୍ଟ ଗଠନ ହେଲେ ଓଡ଼ିଶାର ବହୁ ବାହାଦୂର ସୈନିକ ଏଥିରେ ସାମିଲ ହୋଇପାରନ୍ତେ । ଦୀର୍ଘ ଦଶନ୍ଧୀ ଧରି ଭାରତୀୟ ସେନାରେ ଓଡ଼ିଆ ଯିବାନମାନଙ୍କ ଗୌରବମୟ ଯୋଗଦାନ ରହି ଆସିଛି । ଭାରତୀୟ ସେନା ଓ ଦେଶର ସୁରକ୍ଷା ପାଇଁ ଅମୂଲ୍ୟ ଯୋଗଦାନ ନିମନ୍ତେ ପୂର୍ବ ଏବଂ ବର୍ତ୍ତମାନର ବାହାଦୂର ଓଡ଼ିଆ ବୀର ଯବାନଙ୍କ ସମ୍ମାନାର୍ଥେ ଏହା ଏକ ଦେଶଭକ୍ତ ମୂଳକ ପଦକ୍ଷେପ ହୋଇପାରନ୍ତା ବୋଲି ଡକ୍ଟର ସାମନ୍ତ କହିଥିଲେ । ଏହା ପୂର୍ବରୁ କଳିଙ୍ଗ ରେଜମେଣ୍ଟ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଅନକବାର କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ବିଜୁ ଜନତା ଦଳ ଏବଂ ଅନ୍ୟ ଓଡ଼ିଆ ନେତାମାନେ ମଧ୍ୟ କେନ୍ଦ୍ର ନିକଟରେ ଦାବି ରଖି ଆସିଛନ୍ତି ବୋଲି ଡକ୍ଟର ସାମନ୍ତ ଉଲ୍ଲେଖ କରିଥିଲେ । ଡକ୍ଟର ସାମନ୍ତ କହିଲେ ଓଡ଼ିଶା ପକ୍ଷରୁ ଆରମ୍ଭ କରାଯାଇଥିଲା ଏହି ପ୍ରୟାସକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଚାରକୁ ନେବା ସହ ନିଶ୍ଚିତ ଭାବେ ଆଗକୁ ନେବ ବୋଲି ମୋର ବିଶ୍ୱାସ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.