ପ୍ରେମୀଯୁଗଳ ସାବଧାନ୍ ! ୧୪ ଫେବୃଆରୀରେ ବିଛୁଆତି ଲଗାଇବ କଳିଙ୍ଗ ସେନା

ଭୁବନେଶ୍ବର : ଭାଲେଣ୍ଟାଇନ ଦିବସରେ ପ୍ରେମୀଯୁଗଳଙ୍କୁ ବିଛୁଆତି ଉପହାର ଦେବ କଳିଙ୍ଗ ସେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନାରୀ ସେନା ଶାଖାର ଅଧ୍ୟକ୍ଷ କହିଛନ୍ତି । ଫେବୃଆରୀ ୧୪କୁ ଟାର୍ଗେଟ କରାଯାଇଛି । ଆମେ ଭଲପାଇବାକୁ ବିରୋଧ କରୁନା । କିନ୍ତୁ ପ୍ରେମ ନାଁରେ ସର୍ବସାଧାରଣ ସ୍ଥାନରେ ଅସଂଯତ ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ବଡ ବଡ ସପିଙ୍ଗ ମଲରେ ପ୍ରେମୀଯୁଗଳଙ୍କୁ ବିରୋଧ କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.