ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡ଼ିଓ, ବିଶ୍ୱସ୍ତରୀୟ ଷ୍ଟୁଡିଓ କରିବାକୁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ । ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡ଼ିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ କରିବାକୁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଳିଙ୍ଗ ଷ୍ଟୁଡ଼ିଓ ପରିସରରେ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଏହାକୁ ଏକ ଅନ୍ତର୍ଜାତୀୟ ସ୍ତରର ଷ୍ଟୁଡିଓ କରାଯିବ । ଇଣ୍ଡୋର ସୁଟିଂ ଫ୍ଲୋର, ଥିମ୍ ବେସ୍‌ଡ ଗାର୍ଡେନ, ଫିଲ୍ମ ଟେକ୍ ଜୋନ୍‌, ସ୍ନୋ ୱର୍ଲଡ, ଆଡଭେଞ୍ଚର ଲ୍ୟାଣ୍ଡ, ଫୁଡ୍ କୋର୍ଟ ରହିବ । ଏହାସହ ଫିଲ୍ମ ପ୍ରଡକସନ ଟିମ୍ ରିହାବ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବସ୍ଥା ରହିବ ।

kalinga studio

କାର୍ଯ୍ୟକ୍ରମରେ ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡିଶା ପିଲ୍ମ ଉନ୍ନୟନ ଅଧ୍ୟକ୍ଷ କୁନା ତ୍ରିପାଠୀ, ଚଳଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ, ଅଭିନେତା ଉତ୍ତମ ମହାନ୍ତି ଓ ସବ୍ୟସାଚୀ ମିଶ୍ର, ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତି ଥିଲେ । ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ ସହ ଜଡିତ ରହିଛି କଳିଙ୍ଗ ଷ୍ଟୁଡିଓ । କିନ୍ତୁ ୧୯୯୯ ମହାବାତ୍ୟା ପରଠାରୁ ଏହା ଏକ ପ୍ରକାର ଅକମୀ ହୋଇ ପଡି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.