୭ ବର୍ଷରେ ପାଦ ଥାପିଲା ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ କଳିଙ୍ଗ ଟିଭି, ୩ଟି ଗୁରୁମନ୍ତ୍ରରେ ଖବର ପରିବେଷଣ କରିବାକୁ ପ୍ରତିଷ୍ଠାତା ଦେଲେ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):  ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଟିଭିର ମୁଖ୍ୟ କାର୍ଯ୍ୟାଳୟରେ ସପ୍ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଛି । ଏଥିରେ ଯୋଗ ଦେଇଥିଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଯୋଡି ହୋଇଥିଲେ କଳିଙ୍ଗ ଟିଭିର ସାମ୍ବାଦିକ, କର୍ମଚାରୀ ଓ ଅଧିକାରୀ। ଏହି ଅବସରରେ କଳିଙ୍ଗ ଟିଭିର ଅଗଣିତ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରତିଷ୍ଠାତା ଡ. ସାମନ୍ତ। କହିଥିଲେ, ସକାରାତ୍ମକ, ଗଠନମୂଳକ ଓ ବାସ୍ତବବାଦୀ ଖବର ପରିବେଷଣ ସହଜ ନୁହଁ। ଏହାସହ ଏଥିରେ ସଫଳତା ପାଇ ଆଗକୁ ବଢିବା ଆହୁରି କଷ୍ଟ। ଏହାସତ୍ୱେ କଳିଙ୍ଗ ଟିଭିର ସାମ୍ବାଦିକ ଏହି ଦିଗରେ କାମ କରି ଚାଲିଛନ୍ତି।

kalinga1

କଳିଙ୍ଗ ଟିଭିର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ମଧ୍ୟ ଏହି ଲକ୍ଷ୍ୟରେ କାମ କରିବାକୁ ଦେଇଛନ୍ତି ପରାମର୍ଶ । ଆଜିର ସ୍ୱନକ୍ଷତ୍ର ଉତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କଳିଙ୍ଗ ଟିଭିର ସିଏମ୍‌ଡି ହିମାଂଶୁ ଶେଖର ଖଟୁଆ ଓ ଚିଫ୍‌ ଏଡିଟର ସୌମ୍ୟଜିତ୍‌ ପଟ୍ଟନାୟକ। ଧନ୍ୟବାଦ ଅର୍ପଣ କରିଥିଲେ କେନ୍ୟୁଜର ସମ୍ପାଦକ ହିମାଂଶୁ ପତିମିଶ୍ର । ୨୦୧୫ ମସିହା ଆଜିର ଦିନରେ ନିରପେକ୍ଷ ଖବର ପରିବେଷଣ ଲକ୍ଷ୍ୟରେ କଳିଙ୍ଗ ଟିଭି ଆତ୍ମପ୍ରକାଶ କରିଥିଲା। ଛଅ ବର୍ଷ ଧରି ନିରପେକ୍ଷ ସମ୍ବାଦ ପରିବେଷଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କଳିଙ୍ଗ ଟିଭି। ରାଜ୍ୟ ସହ ଦେଶବିଦେଶରେ ଆଦ୍ରୁତ ହୋଇଛି। ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଦେଇଥିବା ୩ଟି ଗୁରୁମନ୍ତ୍ର ସକାରାତ୍ମକ, ଗଠନମୂଳକ ଓ ବାସ୍ତବବାଦୀ ଖବର ପରିବେଷଣକୁ ଆଧାର କରି କଳିଙ୍ଗ ଟିଭି ଆଗକୁ ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.