କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’, ଯୋଗଦେଇଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ମେଫେୟାର କନଭେନସନ ହଲରେ ଚାଲିଛି କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’ । ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଥମେ ଯୋଗ ଦେଇଥିଲେ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ, କିଟ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, IPlCOL ଏମଡି ଭୁପିନ୍ଦର ସିଂ ପୁନିଆ ଏବଂ କଳିଙ୍ଗ ଟିଭି ଆଡ଼ଭାଇଜର ଉମାପତି ବୋଷ ।

ଭୁବନେଶ୍ୱର : ମେଫେୟାର କନଭେନସନ ହଲରେ ଚାଲିଛି କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’ । ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଥମେ ଯୋଗ ଦେଇଥିଲେ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ, କିଟ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, IPlCOL ଏମଡି ଭୁପିନ୍ଦର ସିଂ ପୁନିଆ ଏବଂ କଳିଙ୍ଗ ଟିଭି ଆଡ଼ଭାଇଜର ଉମାପତି ବୋଷ ।

ଏହି କନ୍‌କ୍ଲେଭରେ ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆ ବକ୍ତବ୍ୟ ଦେଇଥିଲେ । ଓଡ଼ିଶାରେ ଏବେ ନିବେଶ ଅନୁକୂଳ ଭିତ୍ତିଭୂମି ରହିଥିବା କହିଥିଲେ ଶ୍ରୀ ପୁନିଆ। ଦେଶ ବିଦେଶର ଉଦ୍ୟୋଗୀମାନେ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ । ଶିଳ୍ପାୟନ ନୀତି ପ୍ରଣୟନରେ ଦେଶରେ ଓଡ଼ିଶା ଶ୍ରେଷ୍ଠ। ଶାସନ ଓ ଅର୍ଥନୀତିରେ ସ୍ଥିରତା ଉଦ୍ୟୋଗ ସ୍ଥାପନ ପାଇଁ ଅନୁକୂଳ ରହିଛି । ଶିଳ୍ପାୟନ ପାଇଁ ସବୁ ପ୍ରକାର ସୁବିଧାସୁଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ ରହିଥିବା ସେ କହିଥିଲେ ।

ଏହାପରେ କନ୍‌କ୍ଲେଭରେ ବକ୍ତବ୍ୟ ରଖିଥିଲେ କଳିଙ୍ଗ ଟିଭି ଉପଦେଷ୍ଟା ଉମାପଦ ବୋଷ। ଓଡ଼ିଶାରେ ନିବେଶ ପାଇଁ ପ୍ରଚୁର ସମ୍ଭାବନା ରହିଥିବା ସେ କହିଥିଲେ । ଓଡ଼ିଶାରେ ଶାନ୍ତି ଅଛି । ନିବେଶ ପାଇଁ ଓଡ଼ିଶାରେ ପ୍ରଚୁର ସମ୍ଭାବନା ରହିଛି । ବିଗତ ୨୦ ବର୍ଷରେ ଓଡ଼ିଶାର ସ୍ଥିତିରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି । ନିବେଶ ପାଇଁ ଓଡ଼ିଶା ନିର୍ବିବାଦୀୟ ସ୍ଥାନ ରହିଥିବା ସେ କହିଥିଲେ।

କନ୍‌କ୍ଲେଭରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । ଓଡ଼ିଶାକୁ ଆହୁରି ଆଗକୁ ନେବାକୁ କହିଥିଲେ ପ୍ରମିଳା । ଲୋକଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରି ଓଡ଼ିଶାକୁ ଆଗକୁ ନେବା । ଜୀବିକା ପାଇଁ ଆଗକୁ ବାହାର ରାଜ୍ୟର ଯୁବକ ଓଡ଼ିଶା ଆସିବେ । ଅବସରରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ।

କନ୍‌କ୍ଲେଭରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । ଶିକ୍ଷା ହବ୍‌ ପାଲଟିଛି ଓଡ଼ିଶା । ସମଗ୍ର ଭାରତରେ ଓଡ଼ିଶା ଶିକ୍ଷା ହବ୍‌ ପାଲଟିଛି । କିଟ୍‌ ଅନୁଷ୍ଠାନରେ ୧ ଲକ୍ଷ ପିଲା ପଢ଼ିବା ପ୍ରଶଂସାର ବିଷୟ । ଅଗ୍ରଣୀ ରାଜ୍ୟ ଭିତରେ ଓଡ଼ିଶା ଏବେ ବହୁ ଆଗରେ । ରାଜ୍ୟରେ କୃଷକଙ୍କ ଆୟ ତିନି ଗୁଣା ବଢ଼ିଛି । ଓଡ଼ିଶା ମଧ୍ୟ ସ୍ପୋର୍ଟସ ହବ୍‌ ପାଲଟିବା ସେ କହିଥିଲେ ।

କନ୍‌କ୍ଲେଭରେ କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ବକ୍ତବ୍ୟ:

କନ୍‌କ୍ଲେଭରେ କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ନବୀନଙ୍କ ଯୁଗ ଭିତ୍ତିଭୂମି ବିକାଶର ଯୁଗ ବୋଲି କହିଥିଲେ। ନବୀନଙ୍କ ଯୁଗ ମହିଳାଙ୍କ ପାଇଁ ସୁବର୍ଣ୍ଣ ଯୁଗ । ଓଡ଼ିଶାର ପ୍ରଗତିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ନବୀନ ପଟ୍ଟନାୟକଙ୍କୁ ନେଇ ବିଶ୍ୱରେ ଚର୍ଚ୍ଚା ଚାଲିଛି । ନବୀନ ବ୍ରାଣ୍ଡକୁ ସବୁଠି ଆଦୃତି ମିଳିଛି । ବିଜୁ ଏକ୍ସପ୍ରେସ େଓ୍ଵ ଆର୍ଥିକ ଉନ୍ନତିର ବାଟ ଖୋଲିବ । ରାଜ୍ୟରେ ଲୋକମାନେ ଖୁସିରେ ଅଛନ୍ତି । ମିଶନଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ସରକାରଙ୍କ ପ୍ରୟାସ ଜାରି ରହିଛି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି । ବେକାର ଯୁବକଯୁବତୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କହିଥିଲେ।

Leave A Reply

Your email address will not be published.