କଳିଙ୍ଗ ଟିଭିକୁ ଅନ୍ତର୍ଜାତୀୟ ସେସି ଗ୍ରୀନ ଆୱାର୍ଡ, ସୌର ଶକ୍ତିର ସଦ୍‌ବିନିଯୋଗ ଏବଂ ବିକାଶ ପାଇଁ ସଚେତନତା ନେଇ ପୁରସ୍କାର

କୋଲକାତା: କୋଲକାତାରେ ଇଣ୍ଟରନ୍ୟାସନାଲ କଂଗ୍ରେସ ଅନ ରିନ୍ୟୁଏବଲ ଏନର୍ଜି ବା ICOR-2020 । ଏଥିରେ ସୌର ଶକ୍ତିର ସଦବିନିଯୋଗ ଓ ବିକାଶ ପାଇଁ ସଚେତନତା ସୃଷ୍ଟି ନେଇ କଳିଙ୍ଗ ଟିଭିକୁ ପ୍ରଦାନ କରାଯାଇଛି ଅନ୍ତର୍ଜାତୀୟ ସେସି ଗ୍ରୀନ ଆୱାର୍ଡ । ଏକମାତ୍ର ବୈଦ୍ୟୁତିକ ଗଣମାଧ୍ୟମ ଭାବେ କଳିଙ୍ଗ ଟିଭି ଏହି ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି ।

କଳିଙ୍ଗ ଟିଭିର ସିଏମଡି ହିମାଂଶୁ ଶେଖର ଖଟୁଆଙ୍କ ପକ୍ଷରୁ ଏହି ପୁରସ୍କାରକୁ ଗ୍ରହଣ କରିଥିଲେ କଳିଙ୍ଗ ଟିଭିର କୋଲକାତା ବ୍ୟୁରୋ ଚିଫ୍‌ ପ୍ରମୋଦ ମହାନ୍ତି। ଏହି ଅକ୍ଷୟ ଶକ୍ତି କଂଗ୍ରେସକୁ ଇଣ୍ଡିଆନ ସୋସାଇଟି ଫର୍‌ ଟେକ୍ନିକାଲ ଏଜୁକେସନର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କାକାଭାଇ ଦେଶାଇ ଉଦଘାଟନ କରିଥିଲେ । ସେ କହିଥିଲେ ଯେ, ସୌର ଶକ୍ତିର ସଦବିନିଯୋଗ ବାବଦରେ ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ପ୍ରସାର କରିବାକୁ ହେବ । ନଚେତ ପରିବେଶର ଭାରସାମ୍ୟ ରହିବ ନାହିଁ ।

awardକାର୍ଯ୍ୟକ୍ରମରେ ସେସିର ଅଧ୍ୟକ୍ଷ ଡ. ଏସ ଏସ ଅଲ୍ଲୀ ତାଙ୍କ ଅଭିଭାଷଣରେ ସବୁଜ ଶକ୍ତିର ବିକାଶ ଉପରେ ଗରୁତ୍ୱ ଦେଇଥିଲେ । ଏଥିରେ ୩ଶହରୁ ଅଧିକ ଗବେଷକ ଗ୍ରୀନ ଏନର୍ଜି ଉପରେ ସନ୍ଦର୍ଭ ପାଠ କରିଥିଲେ । ସୋଲାର ଏନର୍ଜି ସୋସାଇଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ପ୍ରଫୁଲ୍ଲ ପାଠକ, ଡ. ଭି ଏମ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.