ବ୍ରହ୍ମପୁରରେ କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ଜୋନାଲ କାର୍ଯ୍ୟାଳୟରେ ଷ୍ଟୁଡିଓ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁରରେ କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ଜୋନାଲ କାର୍ଯ୍ୟାଳୟରେ ଷ୍ଟୁଡିଓ ଉଦଘାଟିତ। କିଟ, କିସ ଓ କଳିଙ୍ଗ ଟିଭି ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଆସିକା ସାଂସଦ ପ୍ରମୀଳା ବିଷୋୟୀ ଷ୍ଟୁଡିଓର ଉଦଘାଟନ କରିଥିଲେ।

kalinga studiaଏଥିରେ ବିଧାୟକ ବିକ୍ରମ ପଣ୍ଡା, ର୍ନିମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର, କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଟାଉନ୍‌ ହଲ ଠାରେ କଳିଙ୍ଗ ଟିଭି ପକ୍ଷରୁ କରୋନା ନିୟନ୍ତ୍ରଣରେ ସାମ୍ବାଦିକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ମାନେ ଯୋଗଦାନ କରିଥିଲେ। ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ଆଲୋଚନାଚକ୍ର ଉଦଘାଟନ ହୋଇଥିଲା। କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ଆଲୋଚନା ଚକ୍ର।

kalingaଏଥିରେ ସମସ୍ତ ବକ୍ତା କୋଭିଡ ସମୟରେ ସାମ୍ବାଦିକଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ। କୋଭିଡ ପରିଚାଳନାରେ ବିଶ୍ୱର ଅନ୍ୟ ରାଷ୍ଟ୍ର କିଛି ଚିନ୍ତା କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାକୁ କାର୍ଯ୍ୟରେ ପରିଣତ କରୁଥିଲେ ବୋଲି କହିଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ। ସେହିପରି କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ସାମନ୍ତ ଗଠନମୂଳକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା କଥାକୁ ଦୋହରାଇବା ସହ କଳିଙ୍ଗଟିଭି କହେ ଠିକ୍‌ ଦେଖାଏ ଠିକ୍‌ ବୋଲି କହିଥିଲେ। ଏହାସହ ବହୁ ବର୍ଷ ଧରି ଆଦିବାସୀ ଗରିବଙ୍କ ସେବା କରି ଆସୁଥିବା କଥାକୁ ଭଗବାନଙ୍କ ବରଦାନ ବୋଲି କହିଥିଲେ ।

kittକଳିଙ୍ଗ ଟିଭି ଛଡ଼ା ଅନ୍ୟ କିଛି ଗଣମାଧ୍ୟମ କୋଭିଡ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁଲ୍‌ ତଥ୍ୟ ପ୍ରଦାନ କରୁଥିବା ନେଇ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର କହିଥିଲେ। ଏହା ପରେ ବ୍ରହ୍ମପୁରର ବିଭିନ୍ନ ସଂଗଠନର ବ୍ୟକ୍ତି ବିଶେଷ କଳିଙ୍ଗ ଟିଭି ଫାଉଣ୍ଡର ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଭିଷେକ କ୍ରିଏସନ୍‌ ଓ ବ୍ରହ୍ମପୁର ନାଗରିକମାନଙ୍କ ପକ୍ଷରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ଏମଡି ହିଂମାଶୁ ଖଟୁଆଙ୍କୁ ଚନ୍ଦ୍ର ଶେଖର ସାହୁ ଓ ପ୍ରମୀଳା ବିଷୋୟୀ ଉପଢୌକନ, ପୁଷ୍ପଗୁଚ୍ଛ ଓ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପରିଚାଳନା ନିର୍ଦ୍ଦେଶକ ହିଂମାଶୁ ଖଟୁଆ ଏପରି ଆଲୋଚନାଚକ୍ରର ଆୟୋଜନ ନେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.