ଓଡ଼ିଶାର ପ୍ରଗତି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି, କଳିଙ୍ଗ ଟିଭି କନ୍‌କ୍ଲେଭରେ ମତ ରଖିଲେ କିଟ୍‌ ଓ କିସ୍‌ ତଥା କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ

ପ୍ରଗତି ପଥରେ ଆଗକୁ ବଢିଛି ଓଡ଼ିଶା। ଆହୁରି ବାକି ଅନେକ ବାଟ । ୨୦୩୬ ସୁଦ୍ଧା ଶତ ପ୍ରତିଶତ ଲକ୍ଷ ହାସଲ କରିବାକୁ ଲକ୍ଷ୍ୟ। କଳିଙ୍ଗ ଟିଭି କକ୍ଲେଭ ପ୍ରଗତି ପଥେ ଓଡ଼ିଶାରେ ମତ ରଖିଲେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ। ଓଡ଼ିଶାରୁ ଡେଟା ଓ କେଡିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ। ଓଡ଼ିଶା ଶିକ୍ଷା ଓ କ୍ରୀଡ଼ା ହବ୍‌ ପାଲଟିଥିବା କହିଥିଲେ ମନ୍ତ୍ରୀ ସମୀର ଦାଶ। ପ୍ରଗତି ପଥରେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ଆହ୍ଵାନ ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ। କିଟ୍‌ ଓ କିସ୍‌ ତଥା କଳିଙ୍ଗ ଟିଭି ପ୍ରତିଷ୍ଠାତା କହିଥିଲେ, ଓଡ଼ିଶା ବ୍ରାଣ୍ଡ ଏବେ ବିଶ୍ୱରେ ଚର୍ଚ୍ଚିତ।

ଭୁବନେଶ୍ୱର (କେନ୍ୟୁଜ): ପ୍ରଗତି ପଥରେ ଆଗକୁ ବଢିଛି ଓଡ଼ିଶା। ଆହୁରି ବାକି ଅନେକ ବାଟ । ୨୦୩୬ ସୁଦ୍ଧା ଶତ ପ୍ରତିଶତ ଲକ୍ଷ ହାସଲ କରିବାକୁ ଲକ୍ଷ୍ୟ । କଳିଙ୍ଗ ଟିଭି କକ୍ଲେଭ ପ୍ରଗତି ପଥେ ଓଡ଼ିଶାରେ ମତ ରଖିଲେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ । ଓଡ଼ିଶାରୁ ଡେଟା ଓ କେଡିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ । ଓଡ଼ିଶା ଶିକ୍ଷା ଓ କ୍ରୀଡ଼ା ହବ୍‌ ପାଲଟିଥିବା କହିଥିଲେ ମନ୍ତ୍ରୀ ସମୀର ଦାଶ । ପ୍ରଗତି ପଥରେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ଆହ୍ଵାନ ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ। କିଟ୍‌ ଓ କିସ୍‌ ତଥା କଳିଙ୍ଗ ଟିଭି ପ୍ରତିଷ୍ଠାତା କହିଥିଲେ, ଓଡ଼ିଶା ବ୍ରାଣ୍ଡ ଏବେ ବିଶ୍ୱରେ ଚର୍ଚ୍ଚିତ ।

conclave

ଆଗକୁ ବଢୁଛି ଓଡ଼ିଶା। ସାମାଜିକ ହେଉ କି ଆର୍ଥିକ, ଶିଳ୍ପ ହେଉ କି ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଅଗ୍ରଗତି ହେଉଛି। ଏହାକୁ ନେଇ କଳିଙ୍ଗ ଟିଭିର କନ୍‌କ୍ଲେଭ ପ୍ରଗତି ପଥେ ଓଡ଼ିଶା। ଏଥିର ଯୋଗ ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ପ୍ରଗତି କ୍ଷେତ୍ରରେ ଓଡ଼ିଶା ଗୋଟିଏ ପାଦ ଆଗକୁ ବଢିଛି। ବହୁ ବାଟ ଯିବାକୁ ଅଛି। ରାଜ୍ୟରେ ରାଜନୈତିକ ସ୍ଥିରତା, ଦକ୍ଷ ମାନବ ସମ୍ବଳ, ଶିଳ୍ପ ଅନୁକୂଳ ବାତାବରଣ, ଯୋଗାଯୋଗ ଓ ଅର୍ଥନୈତି ସୁବିଧା ରହିଛି।

 

conclave

ପ୍ରଗତି ପଥରେ ଯେତେ ଭଲ ପଦକ୍ଷେପ ନିଆଯାଉଛି, ତାକୁ ସମର୍ଥନ କରିବା ଦରକାର। ସମୟ ଦେବା ଉଚିତ। ତାକୁ ସମାଲୋଚନା କରିବା କଥା ନୁହଁ। ୨୦୧୬ରୁ ଶିଳ୍ପାୟନ ବଢାଇବାକୁ ଉଦ୍ୟମ ହେଉଛି। ମେକ୍‌ ଇନ୍‌ ଓଡ଼ିଶା ଏକ ସ୍କିମ ନୁହଁ, ଏକ ମିଶନ। ରାସ୍ତାଘାଟ, ଆଇଟି, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ୨୦୩୬ ସୁଦ୍ଧା ପୂରଣ ହେବ। ବର୍ତ୍ତମାନ ଲକ୍ଷ୍ୟ ଓଡ଼ିଶାକୁ ଏକ ଡେଟା ଓ କୋଡିଂ ହବ୍‌ କରିବା।

 

conclave

ଲୋକଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ରାଜ୍ୟ ସରକାର। ଜମିକୁ ପାଣି, ପାଠ ପଢିବାକୁ ଭଲ ସ୍କୁଲ, ଗାଁକୁ ଭଲ ରାସ୍ତା ଓ ବିଜୁଳି ମିଳିଛି। ଓଡ଼ିଶାର ପ୍ରଗତି ହୋଇଛି। କିନ୍ତୁ ଆହୁରି ଆଗକୁ ବଢିବାକୁ ହେବ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରି ଓଡ଼ିଶାକୁ ଆଗେଇ ନେବାକୁ ଆହ୍ଵାନ ଦେଇଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଓଡ଼ିଶାର ପ୍ରଗତି ସାରା ବିଶ୍ୱରେ ଚର୍ଚ୍ଚାରେ ବିଷୟ ବୋଲି କହିଥିଲେ କିଟ୍‌ ଓ କିସ୍‌ ତଥା କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ନବୀନଙ୍କ ଯୁଗ ଭିତ୍ତିଭୂମି ବିକାଶର ଯୁଗ, ନବୀନଙ୍କ ଯୁଗ ମହିଳାଙ୍କ ପାଇଁ ସୁବର୍ଣ୍ଣ ଯୁଗ ବୋଲି କହିଥିଲେ ଡ.ସାମନ୍ତ । ବ୍ରାଣ୍ଡ ସୃଷ୍ଟି ଉପରେ ଗୁରୁତ୍ୱ ଦେଇ କହିଥିଲେ, କ୍ରୀଡ଼ା ମାଧ୍ୟମରେ ଓଡ଼ିଶା ଭଲ ବ୍ରାଣ୍ଡ ହୋଇ ପାରିଛି। ଏହାସହ ଗମନାଗମନ ସୁବିଧାରେ ଉନ୍ନତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଥିବା କହିଥିଲେ ଡ. ସାମନ୍ତ।

 

Leave A Reply

Your email address will not be published.