କଲମା ବ୍ୟାରେଜର ଖୋଲିଲା ସମସ୍ତ ଗେଟ୍

gateଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସବୁ ଗେଟ୍ ଖୋଲି ଦେଇଛି ଛତିଶଗଡ଼। ପର୍ୟ୍ୟାୟକ୍ରମେ ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲାଯାଇଛି। ତେବେ ଏ ସଂପର୍କରେ ଓଡ଼ିଶାକୁ ଛତିଶଗଡ଼ ଅବଗତ କରି ନାହିଁ। ଗତବର୍ଷ ମଧ୍ୟ ଓଡ଼ିଶାକୁ ନଜଣାଇ ୪୬ଟି ଗେଟ୍ ଖୋଲିଥିଲା ଛତିଶଗଡ଼। ଏଥିଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ଓଡ଼ିଶାକୁ ନଜଣାଇ ସମସ୍ତ ଗେଟ୍ ଖୋଲି ଥିବାରୁ ରାଜ୍ୟରେ ଜଳ ପରିଚାଳନା ନେଇ ସମସ୍ୟା ଉପୁଜିବା ଆଶଂକା କରାଯାଉଛି। ଅନ୍ୟପଟେ ଉପରମୁଣ୍ଡରେ କଲମା ବ୍ୟାରେଜ ମହାନଦୀ ଜଳକୁ ଅଟକାଉଛି। କଲମା ବ୍ୟାରେଜ୍ ଯୋଗୁ ଅଣମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ୁଛି।

Leave A Reply

Your email address will not be published.